ଆନ୍ତର୍ଜାତିକ ଡାକ୍ତର ଦିବସ ଅବସରରେ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ୩ ଡାକ୍ତର ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ ସେବା ଯୋଗାଇ ଆସିଥିବା ୩ ଜଣ ଡାକ୍ତରଙ୍କୁ ଆନ୍ତର୍ଜାତିକ ଡାକ୍ତର ଦିବସ ଅବସରରେ ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ସମ୍ମାନୀତ କରାଯାଇଛି । କାର୍ଯ୍ୟକ୍ଷେତ୍ରରେ ନିରନ୍ତର ଭାବେ ସେବା ଯୋଗାଇ ଆସୁଥିବା ଡାକ୍ତରମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ନିଃସ୍ୱାର୍ଥପର ସେବା ମନୋବୃତ୍ତିକୁ ସଶକ୍ତ କରିବା ପାଇଁ ଜୁଲାଇ ପହିଲାରେ ଆନ୍ତର୍ଜାତିକ ଡାକ୍ତର ଦିବସ ପାଳନ କରାଯାଏ । ଭାରତରେ ପଶ୍ଚିମବଙ୍ଗର୨ୟ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ବିଧାନ ଚୌଧୁରୀଙ୍କ ସ୍ମୃତିରେ ଏହି ଦିବସ ପାଳିତ ହୁଏ । ଗତକାଲି ପୂର୍ବାହ୍ନରେ ଛତ୍ରପୁର ବ୍ଳକର ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ଜ୍ଞାନେନ୍ଦ୍ର ପାତ୍ର, ସୁନ୍ଦରପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମମତା ମିଶ୍ର ଓ ନରେନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାମାନୁଜ ପଟ୍ଟନାୟକଙ୍କୁ ସେମାନଙ୍କ ନିଜ ନିଜ କର୍ମସ୍ଥଳରେ ସମ୍ମାନିତ କରାଯାଇଥିଲା । ଛତ୍ରପୁର ରୋଟାରୀ କ୍ଲବର ସଭାନେତ୍ରୀ ଏସ. ରେଖା ମହାନ୍ତି, ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ପୂର୍ବତନ ସଭାପତି ନିରଞ୍ଜନ ପାତ୍ର ଓ ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ ଉପସ୍ଥିତ ଥିଲେ । କ୍ଳବର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସାଧୁ ଚରଣ ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା ।

Leave A Reply

Your email address will not be published.