ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ଦରଲିପାଲି ପଂଚାୟତର ମାଲପଡା ଗ୍ରାମରେ ରହୁଛନ୍ତି ବାଳଗୋପାଳ ସାହୁ । ଜଣେ ବିକଳାଙ୍ଗ ହୋଇ ମଧ୍ୟ ନିଜର ଆଖପାଖ ଗାଁରେ ଥିବା ଦିନ ମଜୁରିଆ ପରିବାରର ଆର୍ଥିକ ଅବସ୍ଥା ଦେଖି ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଓ ଏହି ସେବା ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି । ତାଙ୍କର ଏହି ମହତ କାର୍ୟ୍ୟ ପାଇଁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି ।
ସୂଚନା ଅନୁସାରେ ୫ବର୍ଷ ଆଗରୁ ସେ କୌଣସି ଅଜଣା ରୋଗ କାରଣରୁ ତାଙ୍କର ଦୁଇ ଗୋଡ଼ ଅକର୍ମଣ୍ୟ ହୋଇଛି ଓ ସେଥିରେ ହାରି ନଯାଇ ଗାଁରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ୟୁସନ କରି କିଛି ପାଉଣା ପାଉଛନ୍ତି ଓ ତାଲାବନ୍ଦ ସମୟରେ ତାଙ୍କର କିଛି ସଞ୍ଚିତ ଧନରୁ ମାଗଣା ରାସନ ଦେଉଛନ୍ତି ।