jayashree

ରମ୍ଭା ବାଳିକା ଉଚ୍ଚ ବିଦ୍ୟାଳୟର ଉନ୍ନତି କଳ୍ପେ ଭର୍ଚୁୁଆଲ୍‌ ମିଟ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରମ୍ଭା ଉଚ୍ଚ ବାଳିକା ବିଦ୍ୟାଳୟର ବହୁବିଧ ଉନ୍ନତି କଳ୍ପେ ଏକ ଭର୍ଚୁୁଆଲ୍‌ ମିଟ୍ ଅନୁଷ୍ଠିତ ହୋଯାଇଛି । ଏହି ବିଦ୍ୟାଳୟକୁ ମୋ-ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ବିଭିନ୍ନ ଦିଗଉପରେ ଆଲୋକପାତ କରି ଏହି ଶିକ୍ଷାନୁଷ୍ଠାନର ଅତିରିକ୍ତ ଶ୍ରେଣୀ ଗୃହ, ବିଜ୍ଞାନଗାର, ପାଠାଗାର,ଏବଂ ସ୍ମାର୍ଟ କ୍ଲାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସୂଚନାଯୋଗ୍ୟ ଯେ ଗଞ୍ଜାମଜିଲ୍ଳାର ଗଞ୍ଜାମବ୍ଲକ ଅଧୀନସ୍ଥରେ ଅବସ୍ଥାପିତ ହୋଇଥିବା ଏହି ବ୍ଲକର ଦାୟିତ୍ୱଧୀନ ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥି ବିଭିନ୍ନ ବିଷୟରେ ଆନୁସଙ୍ଘିକ ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିଚିତ୍ରା ମଞ୍ଜରୀ ମିଶ୍ର, ଏହି ଭର୍ଚ୍ଚୱାଲ ମିଟ୍ ବୈଠକର ଆହ୍ଵନ କ୍ରମେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସିଆରସିସି, ଲୋକନାଥ ବେହେରା, ସୁଲତା ପାଢ଼ୀ, ସୁନିତା ସେଠୀ, ଦେବକୀ ନାୟକ, ମାଳା ପାଢ଼ୀ, ଅରୁଣ କୁମାର ବେହେରା, ଜବାହରଲାଲ ନାୟକ, ଏମ୍.ନରସିଂହ ସୁବୁଦ୍ଧି, ଜହଲା ନାୟକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଏବଂ ପୂର୍ବତନ ଛାତ୍ରୀଗଣ, ସାମ୍ବାଦିକ ସୁଜିତ କୁମାର ବେହେରା, ବୃଦ୍ଧିଜୀବି, ଶିକ୍ଷାବିତ, ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଏହି ଭର୍ଚ୍ଚୁୱାଲ ମିଟ୍‌ରେ ଅଂଶଗ୍ରହଣ କରି ବିଦ୍ୟାଳୟର ବହୁବିଧ ଉନ୍ନୟନ ଦିଗରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.