ଟୀକା ନେବା ପରେ ବି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କରୋନା ପଜିଟିଭ୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଆଜି ପୁର୍ବହ୍ନରେ ବଲାଙ୍ଗିର ସ୍ଥିତ ବାସଭବନରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ସେଥିରେ ତାଙ୍କର ନମୁନା ପୋଜିଟିଭ ଥିବା ଜଣାଯାଇଛି । କରୋନା ପୋଜିଟିଭ ଥିବା ସତ୍ୱେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହିଛି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଏହି କିଛି ଦିନ ମଧ୍ୟରେ ଯୋଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟାକରି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ । ତା’ ସହ ସମସ୍ତେ ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତା ଓ କୋଭିଡ ନିୟମ ପାଳନ କରନ୍ତୁ ବୋଲି ବଲାଙ୍ଗିର ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ମିଶ୍ର କରୋନା ଟୀକାର ଉଭୟ ଡୋଜ ନେଇ ସାରିଛନ୍ତି ।

Leave A Reply

Your email address will not be published.