ରାଜ୍ୟ ଜୁନିୟର କବାଡି ଦଳରେ ସ୍ଥାନ ପାଇଲେ ବଲାଙ୍ଗିର ଜିଲ୍ଲାର ଦେବବ୍ରତ କଦମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଦେବବ୍ରତ କଦମଙ୍କ ଓଡିଶା ରାଜ୍ୟ କବାଡି ଦଳରେ ଚୟନ ହୋଇଛି । ଆସନ୍ତା ମାର୍ଚ୍ଚ ୨୨ରୁ ୨୫ ତାରିଖ ପର୍ୟ୍ୟନ୍ତ ତେଲାଙ୍ଗାନା ସୁର୍ୟ୍ୟାପେଠ ଠାରେ ଅନୁଷ୍ଠିତ ହେବାକୁ ଥିବା ୪୭ତମ ଜାତୀୟ କନିଷ୍ଠ କବାଡି ପ୍ରତିଯୋଗିତାରେ ଦେବବ୍ରତ ଓଡିଶା ରାଜ୍ୟ ତରଫରୁ ପ୍ରତିନିଧିତ୍ୱ କରିବେ । ପ୍ରକାଶ ଥାଉକି ଏହା ପୁର୍ବରୁ ମଧ୍ୟ ସେ ୫ ଥର ରାଜ୍ୟ ଦଳ ତରଫରୁ ଖେଳିଛନ୍ତି । ଦେବବ୍ରତ ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହର ବଡପଡାର ବିଭୁଭୁଷଣ କଦମ ଓ ବିଜୟ ଲକ୍ଷ୍ମୀ କଦମଙ୍କ ଏକ ମାତ୍ର ପୁତ । ରାଜ୍ୟ ଦଳରେ ତାଙ୍କର ଚୟନ ପାଇଁ ଜିଲ୍ଲା କ୍ରୀଡାସଂସଦ ତରଫରୁ କାର୍ୟ୍ୟକରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ଓ ପ୍ରହ୍ଳାଦ ଶତପଥି, ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, ସହ ସମ୍ପାଦକ ପଦ୍ମ ଚରଣ ଆଚାର୍ୟ୍ୟ ଓ ସତୃଘ୍ନ ସିଂ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, କବାଡି ସମ୍ପାଦକ ବିଭୁତି ଭୁଷଣ ପଣ୍ଡା ତଥା ସଦସ୍ୟମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.