ତହଁକ ପକ୍ଷରୁ କୋଶଲୀ ସ୍ୱାଭିମାନ ଦିବସ ପାଳିତ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ସ୍ଥାନୀୟ କଳାଧାମ ଇନଷ୍ଟିଚ୍ୟୁଟ ଠାରେ ତହଁକ କୁଟୁମ ପକ୍ଷରୁ କୋଶଲୀ ସ୍ୱାଭିମାନ ଦିବସ ପାଳନ ହୋଇଯାଇଛି । ଆଜି ହେଉଛି ପଣ୍ଡିତ କୋଶଲରତ୍ନ ପ୍ରୟାଗଦତ୍ତ ଯୋଷୀଙ୍କ ଜନ୍ମଦିନ । ଏହି ଦିନକୁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ କୋଶଲୀ ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଏ । ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ତହଁକ କୁଟୁମ ପକ୍ଷରୁ ପଣ୍ଡିତ ଯୋଷୀଙ୍କ ଜନ୍ମଦିନକୁ ଆଜି କୋଶଲି ସ୍ୱାଭିମାନ ଦିବସ ଭାବରେ ପାଲନ କରାଯାଇଥିଲା । ଦିଲୀପ କୁମାର ସିଂଦେଓଙ୍କ ସଭାପତି‌ତ୍ୱରେ ମୁଖ୍ୟ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇଥିବା ବେଲେ ସମ୍ମାନିତ ଅତିଥି ଭାବେ କବି ନେପାଲ ଚନ୍ଦ୍ର ବାଗ ଯୋଗ ଦେଇଥିଲେ । କବି ଅର୍ଜୁନ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ରତ୍ନମୟ ତ୍ରିପାଠୀ ସଭା ପରିଚାଳନା କରିଥିଲେ । ଶ୍ରୀ ଛୁରିଆ ପଣ୍ଡିତ ଯୋଷୀଙ୍କ ଅବଦାନ କୋଶଲି ସାହିତ୍ୟ ପାଇଁ ଅତୁଳନୀୟ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ସଭାରେ ବହୁ କବି ଲେଖକ ଉପସ୍ଥିତ ରହିଥିଲେ । ଶେଷରେ ସୁରଜ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!