କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦେଶୀ ମଦ ଜବତ କରିବାକୁ ଯାଇ ଏବେ ହରଡ଼ଘଣାରେ ପଡିଛି ଅବକାରୀ ବିଭାଗ । ମଦ ଜବତ କରିବାକୁ ଯାଇ ଜଣେ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିବା ଫଳରେ ମହିଳା ଜଣଙ୍କ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏ ନେଇ ଅବକାରୀ ବିଭାଗ କର୍ମଚାରୀଙ୍କ ନାମରେ ମାଡ଼ ମାରିବା ଓ ଟଙ୍କା ଲୁଟ କରିବା ଅଭିଯୋଗ କରି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବବଡ଼ିଙ୍ଗିଆ ଗ୍ରାମର ଆହତ ମହିଳା ନମିତା ପ୍ରଧାନ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି । .
ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ନିମିତା ଘରେ ଏକା ଥିବା ବେଳେ ଅବକାରୀ ଇନ୍ସପେକଟର ଥାଇଲା ଓରାମଙ୍କ ନେତୃତ୍ଵରେ ଫୁଲବାଣୀ ଅବକାରୀ ସ୍ୱ୍ାର୍ଡ ଟିମ୍ ମହିଳାଙ୍କ ଘର ଉପରେ ଚଢ଼ାଉ କରିଥିଲେ । ତେବେ ଅଭିଯୋଗ ପାଇବା ପରେ ଫିରିଙ୍ଗିଆ ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି । ବର୍ତ୍ତମାନ ମାର୍ଚ୍ଚ ମାସ ଆସୁଥିବାରୁ ବର୍ଷ ତମାମ କୁଆଡେ ବଟି ନେଇ ଶୋଇ ରହିଥିବା ଅବକାରୀ ବିଭାଗ ଏବେ ଟାର୍ଗେଟ ପୂରଣ ପାଇଁ ଔଷଧ ବିକଳରେ ତାଟିଆ କାମୁଡୁଥିବା ନେଇ ଏବେ ଚର୍ଚା ଜୋର ଧରିଛି ।