ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା : ୪ ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ଅନନ୍ତନାଗର ଶାଲଗୁଲ ଜଙ୍ଗଲରେ ଆଜି ସକାଳେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସିଆରପିଏଫ ଯବାନ ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଜଙ୍ଗଲ ମଧ୍ୟରେ ଆତଙ୍କବାଦୀ ଲୁଚିଥିବା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ କର୍ଡନ କରି ସମସ୍ତଙ୍କୁ ଆତ୍ମସମର୍ପଣ କରିକରିବାକୁ କହିଥିଲେ । ହେଲେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟର୍‌ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ-୪୭ ବନ୍ଧୁକ ଜବତ କରାଯାଇଛି ।

Leave A Reply

Your email address will not be published.