jayashree

ରୋଟାରୀ ଜିଲ୍ଲା ସମ୍ମାନୀତ ଉତ୍ସବରେ ରୋଟାରୀ ଇଷ୍ଟ ସର୍ବାଧିକ ପୁରସ୍କାର ବିଜେତା ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଜିଲ୍ଲା ୩୨୬୨ର ବାର୍ଷିକ ସମ୍ମାନ ପ୍ରଦାନ ୨୦୨୫-୨୬ ଉତ୍ସବ “ମାନ୍ୟତା’ରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ଣପୁର ଈଷ୍ଟ ବିଭିନ୍ନ ବିଭାଗରେ ସର୍ବାଧିକ ୧୧ ଟି ପୁରସ୍କାର ପାଇ ରେକର୍ଡ ସୃଷ୍ଟି କରିଛି । କୃତ୍ରିମ ଅଙ୍ଗ ପ୍ରଦାନରେ ନେତୃତ୍ୱ ନେଇଥିବା ଅଜିତ କୁମାର ପୃଷ୍ଟିଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଡାକ୍ତର ସମ୍ବିତ ବେଗ୍ରାୟଙ୍କୁ ମେଜର ଡୋନର, କୁନାଲ୍ କୗଶିକ ପଣ୍ଡାଙ୍କୁ ପାଉଲ୍ ହରିସ୍ ସମ୍ମାନ, ଜୟନ୍ତ କିଶୋର ପାତ୍ରଙ୍କୁ ମିରାକଲ୍ ଆଉର୍ଡ, ଦୁର୍ଗା ରାଓଙ୍କୁ ଜିଲ୍ଲା ପ୍ରଶ୍ଂସା ପତ୍ର, ଡାକ୍ତର ସମ୍ବିତ ବେଗରାୟ ଓ କୁଶ ପାତ୍ରଙ୍କୁ ସେବା ପାଇଁ ସମ୍ମାନିତ କରାଯାଇଛି । ପ୍ଳାଟିନମ୍ ସଭାପତି ରୂପେ ଡକ୍ଟର ପ୍ରଦୀପ୍ତ ପଟ୍ଟନାୟକ ଓ ପ୍ଳାଟିନମ୍ ସମ୍ପାଦକ ରୂପେ ଅଶ୍ଵିନୀ ପାତ୍ରଙ୍କୁ ସମ୍ମାନିତ କରାଯାଇଛି । ପ୍ଳାଟିନମ୍ କ୍ଳବ ରୂପେ ରୋଟାରୀ କ୍ଳବ ଈଷ୍ଟକୁ ଜିଲ୍ଲା ସ୍ତରରେ ସମ୍ମାନିତ କରାଯାଇଥିବା ପରିପ୍ରେକ୍ଷୀରେ କ୍ଲବର ସଭ୍ୟ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବିଷୟ କ୍ଳବର ପବ୍ଲିକ ଇମେଜ୍ ଚେୟାରମ୍ୟାନ୍ କାମରାଜୁ ମହାରଣାଙ୍କ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.