jayashree

କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି : ସିଟ୍ କଭର ସିଲେଇ ମେସିନ୍ ଲୁଟ୍

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସହରର ୱାର୍ଡ ନଂ-୧୫ ସତନାମି ପଡ଼ାରେ ଥିବା ଏକ ଗାଡ଼ି ସିଟ୍ କଭର ତିଆରି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୋକାନର କବାଟ କିଳି ଭାଙ୍ଗି ଦୁର୍ବୃତ୍ତମାନେ ଭିତରେ ପଶି ସିଟ୍ କଭର ସିଲେଇ ମେସିନ୍ ସମେତ ଅନ୍ୟାନ୍ୟ ଜିନିଷ ଚୋରି କରିଥିବା ଅଭିଯୋଗ ରହିଛି । ଦୋକାନ ମାଲିକଙ୍କ କହିବା ଅନୁଯାୟୀ, ସେ ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଦୋକାନ ବନ୍ଦ କରି ଯିବା ବେଳେ ସବୁ ଜିନିଷ ଠିକ୍ ଥିଲା । ତେବେ ରାତିରେ କେହି ଦୋକାନର କବାଟ କିଳି ଭାଙ୍ଗି ଭିତରେ ପଶି ଚୋରି କରିଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.