
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ରିକାପଲ୍ଲୀ ସାହିର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀଠାକୁରାଣୀ ନାମରେ ପରିଚିତ ଦେବୀ କଳ୍ପବାସିନୀ ପୀଠରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶାରଦୀୟ ଦୁର୍ଗାପୂଜା ତଥା ନବରାତ୍ରୀ ପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଷୋଡଶ ଉପଚାର ବିଧିରେ ପାଳିତ ନବରାତ୍ରୀ ପୂଜା ସମ୍ଭାର ରତ୍ନବେଦିରେ ମା’ ଦୁର୍ଗାଙ୍କ ଆବାହନ ହୋଇ ଦୈନିକ ସନ୍ଧ୍ୟାରେ ମହାଆରତୀ, ଗହଣା, ଓଷା କୋଠିଗୀତ ପରିବେଷଣ, ହୋମ ଯାଗଯଜ୍ଞ, ଢ଼ୋଲ ଘଣ୍ଟ ଝାଞ୍ଜ ନାରୀମାନଙ୍କ ହୁଳାହୁଳି ଧ୍ୱନିରେ ସ୍ଥାନଟି ମୁଖରୀତ ହୋଇ ଭକ୍ତିମୟ ପରିବେଶରେ ଉଚ୍ଛୁଳି ପଡ଼ିଥିଲା । କମିଟିର ଉଦ୍ୟକ୍ତା ସୁନୀଲ କୁମାର ଗୌଡ଼, ସଚ୍ଚିଦାନନ୍ଦ ନାୟକ, ଡି. ସୁରେଶ୍ ରେଡ୍ଡୀ, ଜୟନ୍ତ ବେହେରା, ଦିବାକର ବେହେରା, ମନୋରଞ୍ଜନ ବେହେରା, ବିଶିଷ୍ଟ ସମାଜସେବୀ ଦୀପକ୍ କୁମାର୍ ମୁଦୁଲି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରି ଆସିଥିଲେ ।