ଡେଲାଙ୍ଗରେ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗ ଘଟିଛି । ଏହି ଆସନରେ କେତେବେଳେ ଯେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଏହି ପରିପ୍ରେକ୍ଷୀରେ ପିପିଲି ଡେଲାଙ୍ଗ ବ୍ଳକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ସ୍ଥାନରେ ଭିଡିଓ କନଫରେନ୍ସି ମାଧ୍ୟମରେ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ତା’ ସହିତ ପିପିଲି ଉପନିର୍ବାଚନ ଆଗକୁ ରହିଥିବା ବେଳେ ଭିଡିଓ କନଫରେନସ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଥିବା ବେସରକାରୀ ସୁତ୍ରରୁ ଖବର ଜଣାପଡିଛି । ସୁଚନା ଯୋଗ୍ୟ ଯେ, ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ପିପିଲି-ଡେଲାଙ୍ଗରେ ଉପନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ମୈଦାନକୁ ଓହ୍ଲାଇବା ପାଇଁ ଏକ ପ୍ରକାର ସଜବାଜ ଆରମ୍ଭ କରି ସାରିଲେଣି । ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ କନଫରେନ୍ସି ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଡେଲାଙ୍ଗ ବ୍ଲକର ରେଂଚ ସ୍ଥିତ ରେଳ ବିଭାଗ ନିକଟସ୍ଥ ପଡିଆରେ ଏହି ଭିଡିଓ କନଫରେନ୍ସି ସଭା ଅନୁଷ୍ଠିତ ହେବ । ଏଥି ପାଇଁ ଭିତ୍ତିଭୂମୀ ତଦାରଖ କରିଛନ୍ତି ପୁରୀ ଜିଲ୍ଲାପାଳ ଡ. ସମର୍ଥ ବର୍ମା । ତାଙ୍କ ସହିତ ଉପଜିଲ୍ଲାପାଳ ଭବତରଣ ସାହୁ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷିରୋଦ୍ର ପ୍ରଧାଡନ, ତହସିଲଦାର ରାଜେନ୍ଦ୍ର ଆଚାରୀଆ, ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ, ସିଡିପିଓ ହାରାମଣି ନାୟକ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ ଓ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ସହିତ ବିଭିନ୍ନ ପଂଚାୟତର ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ଡେଲାଙ୍ଗ ଠାରେ ଆୟୋଜିତ ଭିଡିଓ କନଫରେନ୍ସି ସଭାରେ ପ୍ରାୟ ୧୦ ହଜାର ମହିଳା ଓ ପୁରୁଷ ମହିଳା ଯୋଗଦେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.