jayashree

ପ୍ରଥମ ସାଉନ୍ତେଶ୍ୱରୀ ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁଲଲା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଠାରେ ପ୍ରଥମ ସାଉନ୍ତେଶ୍ୱରୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ମହୋତ୍ସବକୁ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ସମାବେଶରେ ଲାଲମୋହନ ବେହେରାଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ, ଯୁବନେତା ନିହାର ରଂଜନ ବେହେରା, ବିଜେଡି ନେତା ଲକ୍ଷ୍ମଣ ମେହେର, ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତିନ ପଟେଲ ଏବଂ ସରପଂଚ ସଂଘ ସଭାପତି, ସରପଂଚ ମଦନା ବେହେରା, ସମିତି ସଭ୍ୟ ସସ୍ମିତା ସାହୁ, କବିରାଜ ଭୋଇ, ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଏହି ଅଂଚଳର ଅରାଧ୍ୟା ଦେବୀ ମା’ ସମଲେଶ୍ୱରୀ, ବୁଡାରଜା, ନରିହା ବୁଢା, ଡଙ୍ଗରବୁଢା, ଦେବାଦେବୀ ଅଏଁଲାସାରି ବୁଢା ଡଙ୍ଗର ପାହାଡରେ ବିରାଜମାନ ଅଛନ୍ତି ବରୁଆ ଦେହରେ ଆବିର୍ଭାବ ହୋଇ ପଂଚାୟତସାରା ତଥା ଆଖପାଖ ଅଂଚଳର ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହ ତାଙ୍କ ଅନେକ ରୋଗ, ଦୁଃଖର ତଥା ସମୃଦ୍ଧି ପାଇଁ ଆଶିର୍ବାଦ କରିଥାନ୍ତି । ମୁଖ୍ୟ ବରୁଆ ଜୟ ମଙ୍ଗଲ ବେହେରା, ରାଜେନ୍ଦ୍ର ସା ସମସ୍ତଙ୍କୁ ନିଷ୍ଠାର ସହ ଦର୍ଶନ ଦେଇଥାନ୍ତି । ଏହି କାର୍ଯ୍ୟକ୍ରମକୁ ବଳରାମ ଚନ୍ଦନ, ଯୁବନେତା ଉମେଶ ପଧାନ, ସୁବାଷ ଚନ୍ଦ୍ର ବିଶ୍ୱାଲ, ଗୋକୁଳ ବିଶ୍ୱାଲ, ଓକାଲୁ ସା, ସଦାନନ୍ଦ ଦୀପ, ନାରାୟଣ ବେହେରା, ଶ୍ରୀବତ୍ସ ସାହୁ, ବ୍ରଜଲାଲ ସାହୁ, ମାଖନଫୁଲ ଚନ୍ଦନ, ସଦାନନ୍ଦ ବେହେରା, ଅର୍ଜୁନ ବେହେରା ପ୍ରମୁଖ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଢୋଲ ମୁହୁରି କଳା ପରିଷଦ ଓ ଶ୍ରୀରାମ କଳା ପରିଷଦ ଚନ୍ଦ୍ରପୁର ପରିବେଷଣ କରିଥିଲେ ।

Leave A Reply

Your email address will not be published.