
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ବିଜୟା ଦଶମୀ ତିଥିରେ ୧୦୧ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ଵୟଂସେବି ମାନଙ୍କ ସଞ୍ଚାଳନରେ ସରସ୍ୱତୀ ଶିଶୁ ମନ୍ଦିର କଦମ ପଡ଼ା ଠାରୁ ବାହାରି ନଗର ପରିକ୍ରମା ସଞ୍ଚାଳନ ପରେ କୋଶଲ କଳା ମଣ୍ଡଳ ଠାରେ ପହଞ୍ଚି ଥିଲା । ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ଶସ୍ତ୍ର ପୂଜନ ଧ୍ୱଜା ରୋହଣ ଶାରୀରିକ ପ୍ରଦର୍ଶନ ପରେ ସଙ୍ଘ ଚାଳକ ଜତୀନ୍ଦ୍ର ମୋହନ ପାଠୀ, ଜିଲ୍ଲା ସଙ୍ଘ ଚାଳକ ପ୍ରଭାକର ପାତ୍ର, ସମ୍ମାନିତ ଅତିଥି ସମାଜସେବୀ ଛତ୍ରଧାରୀ ଅଗ୍ରୱାଲ, ମୁଖ୍ୟବକ୍ତା ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ସଭାକୁ ସୁଶାନ୍ତ ନାୟକ ପରିଚାଳନା କରୁଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସ୍ୱାମୀ ପରମାନନ୍ଦ ସରସ୍ୱତୀ, ପ୍ରାନ୍ତ ସଙ୍ଘ ପ୍ରମୁଖ କମ୍ବୁପାଣି ପାଢ଼ୀ ଅଟିଥି ଭାବରେ ଉପସ୍ଥିତ ଥିଲେ । ଜିଲ୍ଳାର ସବୁ ଅଞ୍ଚଳରୁ ସ୍ୱୟଂ ସେବକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।