ଜନଜାତି ସାଧନ କେନ୍ଦ୍ର ଏକ ମାଇଲଖୁଣ୍ଟ ହେବ : ଜିଲ୍ଲାପାଳ

ଭବାନୀପାଟଣା, (କେପିଏନଏସ୍): ଜନଜାତିଙ୍କ ବିକାଶ ହିଁ ଗୋଟେ ରାଷ୍ଟ୍ରର ଅସଲ ବିକାଶ। ସେମାନଙ୍କ ସଂସ୍କୃତି, ପରମ୍ପରା, ଜୀବନଜୀବିକା ତଥା ଜୀବନ ଶୈଳୀରେ ଏକ ସୁସ୍ଥ ପରିବର୍ତ୍ତନ ଆସିଲେ ସେମାନେ ଆହୁରି ସମୃଦ୍ଧ ହେବେ। ତେବେ ଏଥିପାଇଁ ଜନଜାତି ଶିକ୍ଷାର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି। ଏ ଦିଗରେ ଜନଜାତି ସାଧନକେନ୍ଦ୍ର ଏକ ମାଇଲଖୁଣ୍ଟ ହେବ ବୋଲି କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ପ୍ରକାଶ କରିଛନ୍ତି।
ସ୍ଥାନୀୟ ମଝିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା କଳାହାଣ୍ଡି ତରଫରୁ ପ୍ରତିଷ୍ଠିତ ଜନଜାତି ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏଥିରେ ଉଦଘାଟକ ଭାବେ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ବିରଞ୍ଚି ନାରାୟଣ ଦରୱାନ ପିଏ, ଆଇଟିଡିଏ, ଶ୍ରୀଯୁକ୍ତ ଅରବିନ୍ଦ ରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ, ସଂସ୍କୃତି ଗବେଷକ ପରମେଶ୍ୱର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଏହି ସାଧନ କେନ୍ଦ୍ର ପ୍ରତିଷ୍ଠାରେ ଭବାନୀପାଟଣା ବି.ଇ.ଓ ଜଗନ୍ନାଥ ପୁରୋହିତ, ଜନଜାତି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ପ୍ରଭାତ ରଞ୍ଜନ ସାହୁ ପ୍ରମୁଖ ଆୟୋଜକ ଥିଲେ |
ଜନଜାତି ସଂସ୍କୃତି, ପରମ୍ପରା, ଖାଦ୍ୟ-ଶସ୍ୟ, ପୋଷାକ,ଅଳଙ୍କାର ଅସ୍ତ୍ରଶସ୍ତ୍ର ଜନଜୀବନର ଦୃଶ୍ୟକୁ ଗୋଟେ ପରିଧିରେ ଦେଖେଇବାର ପ୍ରୟାସ କରିଛନ୍ତି, ଏହି ସାଧନ କେନ୍ଦ୍ରକୁ ଡିଜାଇନ କରିଥିବା ଶିକ୍ଷକ ଡିଲେଶ୍ଵର ରଣା ଓ ଅଜିତ କୁମାର ପଧାନ | ମୂର୍ତ୍ତି ଗଢ଼ଣ ଓ ଚିତ୍ରକଳା ଅଂକନରେ ଭବାନୀଶଙ୍କର ମାଝୀଙ୍କ ଟିମ ଏବଂ କଳାହାଣ୍ଡି ଆର୍ଟ ଓ ରିସର୍ଚ୍ଚ କଲେଜର ଛାତ୍ରମନେ ସହଯୋଗ କରିଥିଲେ। ଏଥିରେ ଭାରତ ଭୂଷଣ ସାହୁ, ଅମିତ କୁମାର ଜାଲ, ଅଜିତ କୁମାର ଭୋଇ, ଜଳନ୍ଧର ମାଝୀ, ଯୋଗେଶ୍ୱର ମାଝୀ, ଲଳିତ କୁମାର ନାଏକ, ଜିତେନ୍ଦ୍ର କୁମାର ସାହୁ, ନନ୍ଦ କିଶୋର ଭୋଇ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ଼ିପିସି ଅଫିସର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.