
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଅଫିସ୍ ପରିସରରେ ଭାରତ ରତ୍ନ ସମ୍ବିଧାନ ପ୍ରଣେତା ଡଃ. ଭୀମରାଓ ଆମ୍ବେଦକରଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯାଦବ ଭବନ, ବଲାଙ୍ଗିର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଇଂ. ବେଲାର ସିଂ ଭୋଇ । ନବସେତୁ ପତ୍ରିକାର ପ୍ରକାଶକ ତଥା ପ୍ରଦେଶୀ ବିଶ୍ୱାଳ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ପ୍ରସ୍ତାବ କ୍ରମେ ଝାଙ୍କରପାଲି ଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନର ବହୁ ବୁଦ୍ଧିଜୀବୀ ଓ ସଦସ୍ୟମାନେ ନିଜର ମତ ପ୍ରଦାନ କରିଥିଲେ । ମତ ପ୍ରଦାନ କରିଥିବା ପ୍ରମୁଖ ବ୍ୟକ୍ତିମାନେ ହେଲେ – ମନୋରଞ୍ଜନ ସାହୁ, ଭୁବନ ନାଗ, ସରୋଜ କୁମାର ମେଶ୍ୱା, ସୀତାରାମ କୁମ୍ଭାର, ଦଣ୍ଡୁଆ କୁମ୍ଭାର, ଆନନ୍ଦ ପ୍ରଧାନ, ମଧୁସୂଦନ କ୍ଷେତୀ, ଅର୍ଜୁନ ମୁଗ୍ରୀ, ଜ୍ୟୋତିଷ ମୁଗ୍ରୀ, ରାଣା ନାଗ, ସୁବାସିନୀ ସାହୁ, ସରସ୍ୱତୀ ସାହୁ, ସୁଶାନ୍ତ କଲତା, ସୁମନ୍ତ ମେହେର, ସତ୍ୟ ବନଛୋର, ଶୁଶୀଲ ଭୋଇ, ରଜନୀ କାନ୍ତ ବୌଦ୍ଧ ପ୍ରମୁଖ । ଏଥିସହିତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯଥା – ଯାଦବ ସମାଜ, ଓବିସି ମଞ୍ଚ, ଦଳିତ ସଂଗଠନ, ଆମ୍ବେଦକର ଅନୁଗାମୀ ମଞ୍ଚର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ତରଣୀସେନ ଦୀପ ସମସ୍ତ ଅତିଥି ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଖୁବ୍ ଶୀଘ୍ର ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।