jayashree

ନିଜ ପଦ ମର୍ଯ୍ୟାଦାର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ, ନଚେତ ଇସ୍ତାଫା ଦିଅନ୍ତୁ – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ପଦବୀ । ଏହି ପଦବୀର ମର୍ଯ୍ୟାଦା, ଗାରିମା କ୍ଷୂର୍ଣ୍ଣ ହେବା କଥା ନୁହେଁ, କିନ୍ତୁ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ତାଙ୍କ ନାମ ଘୋଷଣା ହେବା ପରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅତି ନିନ୍ଦନୀୟ ଓ ଅସାମ୍ବିଧାନିକ । ଗଣମାଧ୍ୟମରେ ଯାହା ଜଣା ପଡୁଛି ଯେ, ସେ ଓଡିଶାକୁ ଆସି ଭାରତୀୟ ଜନତା ପାର୍ଟି ପାଇଁ ଭୋଟ ଯୋଗାଡ କରି ଦଳକୁ ଆହୁରି ବଳସାଳି କରିବେ ବୋଲି କହିଛନ୍ତି । ଏହା ରାଜ୍ୟପାଳ ଭଳିଆ ଏକ ସାମ୍ବିଧାନିକ ଗାରିମାମୟ ପଦବୀର ବ୍ୟକ୍ତିଙ୍କ ମୁହଁରୁ ଏପରି ବକ୍ତବ୍ୟ ବାହାରିବା ସମ୍ବିଧାନ ବିରୋଧି ଅଟେ । ଏଣୁ ସେ ଏହି ପଦବୀ ପାଇଁ ଉପଯୁକ୍ତ ନୁହଁତି । ସେ ସମ୍ବିଧାନକୁ ସମ୍ମାନ ଜଣାଇ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟପାଳଙ୍କ ନିରପେକ୍ଷତାକୁ ନେଇ ଓଡିଶା ରାଜ୍ୟବାସୀଙ୍କ ମନରେ ଆଶଂକା ଦେଖାଦେଲାଣି । ତାଙ୍କର ବକ୍ତବ୍ୟ ଲୋକଙ୍କ ସ୍ୱାର୍ଥ ବିରୋଧରେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଶ୍ରୀ ମିଶ୍ର ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଓଡିଶାର ପୂର୍ବତନ ରାଜ୍ୟପାଳ ଶ୍ରୀ ଗଣେଶିଲାଲ ଜଣେ ବାଗ୍ମି ପୁରୁଷ ଥିଲେ । ତାଙ୍କର ଅନେକ ବିଷୟରେ ପାଣ୍ଡିତ୍ୟ ଥିଲା । ତାଙ୍କର ନିରପେକ୍ଷତା ଓ ଶାସନ ପରିଚାଳନା ଦକ୍ଷତା ରାଜ୍ୟର ସମସ୍ତ ରାଜନୈତିକ ଦଳ, ଆବାଳ ବୃଦ୍ଧ ବନିତାଙ୍କ ଆଗରେ ଗ୍ରହଣୀୟ ଥିଲା । ତେଣୁ ବର୍ତ୍ତମାନର ରାଜ୍ୟପାଳ ତାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ବର୍ତ୍ତମାନର ରାଜ୍ୟପାଳ ଦଳିଅ ଆଭିମୁଖ୍ୟକୁ ପରିହାର କରନ୍ତୁ ରାଜନୀତିରୁ ଉଦ୍ଧ୍ୱର୍ରେ ରହନ୍ତୁ ଏବଂ ଲୋକଙ୍କ ସେବା କରନ୍ତୁ ଆଜି ଯଦି ଦଳୀୟ କାମ କରିବାର ଅଛି ତେବେ ରାଜ୍ୟପାଳ ଭଳିଆ ଏକ ଗାରିମାମୟ ଏକ ପଦବୀରୁ ଇସ୍ତଫା ଦେଇ ଦଳୀୟ ରାଜନୀତି କରନ୍ତୁ ବୋଲି ଶ୍ରୀ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଛନ୍ତି ।

Leave A Reply

Your email address will not be published.