jayashree

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ – ୨୦୨୬ ମହକ ଓ ଉତ୍ସାହ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦରମହକୁମା ସ୍ଥିତ ସରକାରୀ ଆଇଟିଆଇ, ଲର୍କିପାଲି ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ତରଫରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ – ୨୦୨୬ ମହକ ଓ ଉତ୍ସାହ ଉଦ୍‌ଯାପିତ ହୋଇଯାଇଛି । ମହିଳା ଓ ଶିଶୁ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରୋଗ୍ରାମ ଅଫିସର ଆନୁଷ୍ଠାନିକ ଯତ୍ନ ଆଶିଷ କୁମାର ନାୟକ ଗୁରୁବାର ଓ ଶୁକ୍ରବାର ମହକ ଓ ଉତ୍ସାହ ୨୦୨୬କୁ ପରିଚାଳନା କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇଟିଆଇର ଅଧ୍ୟକ୍ଷା ସୁରେଶ କୁମାର ଦଳବେହେରା ସମ୍ମାନିତ ଅତିଥିଭାବେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଲୀନା ବାବୁ, ସଦସ୍ୟା ଏସ୍‌ ଲତାଶ୍ରୀ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୋଗ୍ରାମ ଅଫିସର ଅନୁପମା ହେମ, ସ୍ଵାସ୍ଥ୍ୟ ବିଭାଗର ଯଦୁମଣି ନାୟକ, ପ୍ରକାଶ କୁମାର ଦାସ, ସହକାରୀ ଶ୍ରମ ଅଧିକାରୀ ରଜନୀ କାନ୍ତ ଛତ୍ରିଆ, ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଦିନରେ ସଙ୍ଗୀତ, ଗ୍ରୁପ୍ ଡାନ୍ସ, ଚିତ୍ରାଙ୍କନ, କୁଇଜ୍, ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନରେ ୧୦୦ ମିଟର, ୨୦୦ ମିଟର ଦୌଡ଼, ଉଚ୍ଚଡିଆଁ, ଲମ୍ବ ଡିଆଁ, କେରମ୍‌, ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ଡମ୍ବରୁଧର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ଅତିଥିଭାବେ ଲୀନା ବାବୁ, ଏସ୍‌ ଲତାଶ୍ରୀ ଉପସ୍ଥିତ ଥିଲେ । ସାମାଜିକ କର୍ମୀ ଅରୁଣ ଖୁଆସ ପରିଚାଳନା କରିଥିବାବେଳେ ହରିବନ୍ଧୁ ରାଉତ୍, ଚାଇଲ୍ଡ ହେଲ୍ପ ଲାଇନର ସୁବୋଧ ପଧାନ, ବସନ୍ତ ହରପାଲ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସୁଧାଂଶୁ ଶେଖର କୁମ୍ଭାର, ଦିଗମ୍ବର କର ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ବିଜୟୀ ମାନଙ୍କୁ ମାନପତ୍ର, ସିଲ୍ , କପ୍ ପ୍ରଦାନ କରାଗଲା । ପରିଶେଷରେ ପ୍ରମୋଦ ବଗର୍ତ୍ତୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.