
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ କ୍ଲଷ୍ଟର ଅଧୀନରେ ଥିବା ମାଲପାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଏକ ମନିଟରିଙ୍ଗ ଦଳ ପରିଦର୍ଶନରେ ଆସିଥିଲେ । ଦଳରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଚିନ୍ମୟୀ ସାହୁ, ସାମ୍ରାଜ୍ଞୀ ଐଶ୍ୱରୀୟା ମିତ୍ର, ମିନାକ୍ଷୀ ମେହେର ସାମିଲ ଥିଲେ । ହିଆଁଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷଣ ପରିସ୍ଥିତି ଯାଞ୍ଚ କରିଥିଲେ । ଶିକ୍ଷକ ଡଗର କିଶୋର ବନଗୋଲା ଓ ଶିକ୍ଷକ ଅପୁ କୁମାର ଭୋଇଙ୍କ ଶ୍ରେଣୀ ଶିକ୍ଷାଦାନକୁ ନିରୀକ୍ଷଣ କରିଥିଲେ । ବିଦ୍ୟାଳୟରେ ଥିବା ଏଫଏଲଏନ କୋଣ, ସାକ୍ଷରତା କୋଣ, ଉପକରଣ, ଗ୍ୟାଲେରୀ ପରିଭ୍ରମଣ କାର୍ଯ୍ୟ, ଲିଟରେସି ମିଟର ସମେତ ଅନ୍ୟାନ୍ୟ ରେକର୍ଡ ଯାଞ୍ଚ କରିଥିଲେ । ଶୈକ୍ଷିକ ଓ ଅଣଶୈକ୍ଷିକ ଦିଗରେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବାରୁ ସେମାନେ ଖୁସି ଜାହିର କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ ଅମରକାନ୍ତ ବେହେରା, ଶିକ୍ଷକ ରାମ ପ୍ରସାଦ ବାଗଙ୍କ ତରଫରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା ।