jayashree

ବଲାଙ୍ଗିର ସରକାରୀ ମହାବିଦ୍ୟାଳୟରେ ଶୃଙ୍ଖଳିତ ଭାବେ ଚାଲିଛି ଭୋଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହାବିଦ୍ୟାଳୟରେ ଶୃଙ୍ଖଳିତ ଭାବେ ଚାଲିଛି ଭୋଟ । କଲେଜ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ଦୀର୍ଘ ୮ ବର୍ଷ ପରେ ହେଉଛି ଭୋଟ, ସେଥିପାଇଁ ଛାତ୍ରଛାତ୍ରୀ ମାନେ ସକାଳ ୮ ଟା ସମୟରୁ କଲେଜ ଆସି ଭୋଟ ଦେଉଥିବା ବେଳେ ୩ ବୁଥରେ ଛାତ୍ରଛାତ୍ରୀମାନେ ଭୋଟ ଦେବା ପାଇଁ କଲେଜ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ ଥିବା ବେଳେ ଯେଉଁ ପ୍ରାର୍ଥୀ କଲେଜ ସମସ୍ୟାକୁ ନେଇ ଲଢ଼ିବ, ସମାଧାନ ପାଇଁ ଅନବରତ ଚେଷ୍ଟା କରିବ ସେହି ପ୍ରାର୍ଥୀଙ୍କ ମୁଣ୍ଡ ଉପରେ ସୁନାର କଳସ ଢାଳିବେ ବୋଲି ଭୋଟର ତଥା ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.