ପରମପୂଜ୍ୟ ଶ୍ରୀ ଗୁରୁଜୀ ମାଧବ ସଦାଶିବ ଗୋଲୱାଲକରଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଯୁଗଦ୍ରଷ୍ଟା ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ପରିଚାଳକ ପରମପୁଜ୍ୟ ଶ୍ରୀ ଗୁରୁଜୀ ମାଧବ ସଦାଶିବ ଗୋଲୱାଲକରଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ସାଂସଦଙ୍କ ପ୍ରତିନିଧି କିଶୋର କୁମାର ଜୈନଙ୍କ ନେତୃତ୍ୱରେ ଏଥିରେ ମୁଖ୍ୟ ଅତିଥି ଭାବେ ରାଜେଶ କୁମାର ଜୈନ ଯୋଗଦେଇ ଦୀପ ପ୍ରଜଲ୍ୱନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି କର୍ମୀ ଅର୍ଦ୍ଧେନ୍ଦୁ ୟାଦବ, ନମୋ ସ୍ୱଂୟ ସେବକ ସତ୍ୟେନ୍ଦ୍ର ସୁନା, ପରମେ କଟା, ଜୟପ୍ରକାସ ସାହୁ, କେଶବ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.