jayashree

ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ନିକେତନ ପରିସର ମଧ୍ୟରେ ସମ୍ବାଦ ଓ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିତ୍ରାଙ୍କନରେ ୮୫ ଜଣ, ହସ୍ତାକ୍ଷର ରେ ୯୫ ଜଣ, ଏବଂ ଭାଷାଜ୍ଞାନରେ ୫୦ ଜଣ ଭାଗ ନେଇଥିଲେ । ସେଥିମଧ୍ୟରୁ ଚିତ୍ରାଙ୍କନରେ ଶିକ୍ଷା ନିକେତନର ଛାତ୍ରୀ ପ୍ରୀତି ଲକ୍ଷ୍ମୀ ପ୍ରଧାନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୋଫିଆ ରାଣୀ ପ୍ରଧାନ ଏବଂ ଶିକ୍ଷା ନିକେତନର ଛାତ୍ର ଓମ ସାଇ ରାମ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ହସ୍ତାକ୍ଷରରେ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଦ୍ରିଷ୍ଟି ପ୍ରିୟ ଦର୍ଶନୀ ସାହୁ ପ୍ରଥମ ସ୍ଥାନ, ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଦୀପା ମଳିକ ଦ୍ୱିତୀୟ ଓ ବନବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଲିପସା ଦିଗାଳ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଭାଷାଜ୍ଞାନ ପ୍ରତିଯୋଗିତାରେ ଶିକ୍ଷା ନିକେତନର ଛାତ୍ର ଚିରାଗ ପ୍ରସାଦ ବିନ୍ଧାଣୀ ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସୋହନ ଘଡାଇ ଦ୍ୱିତୀୟ ଏବଂ ଛାତ୍ରୀ ଶିଖି ଧ୍ୱଜ ସିଂ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ରାଜ କିଶୋର ସାହୁ, ପ୍ରହ୍ଲାଦ ପ୍ରସାଦ ଲେଙ୍କା ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବଣ୍ଟନ କରିଥିଲେ । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷା ରେଖାରାଣୀ ମହାପାତ୍ର, ବୈକୁଣ୍ଠ ନାଥ ବେହେରା, ନିଧି ବିନ୍ଧାଣୀ, ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ସମ୍ବାଦ ଓ ଆମ ଓଡିଶା ପ୍ରତିନିଧି ସତ୍ୟ ନାରାୟଣ ପାଢ଼ୀ ସହଯୋଗ କରିଥିଲେ ।

Leave A Reply

Your email address will not be published.