jayashree

ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

  • ଓଡ଼ିଶାର ୪ ଶିକ୍ଷକଙ୍କୁ ମିଳିଲା ଜାତୀୟ ପୁରସ୍କାର
  • ଦେଶର ବିକାଶ ପାଇଁ ଶିକ୍ଷାଗତ ଉତ୍କର୍ଷ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଦିବସ ଉପଲକ୍ଷେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାରା ଦେଶର ଅସାଧାରଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ବୈଷୟିକ ତାଲିମ କ୍ଷେତ୍ରରେ ୮୨ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜାତୀୟ ପୁରସ୍କାର ଦିଆଯାଇଛି । ଓଡ଼ିଶାର ୪ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ମିଳିଛି । ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ମହମ୍ମଦ ଜଫର ଆଲମଙ୍କୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି । ଆଇଆଇଟି ଭୁବନେଶ୍ୱରର ମେଟାଲର୍ଜି ଇଞ୍ଜିନିୟରିଂ ବିଭାଗ ସହ ପ୍ରାଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡ଼ି ଏବଂ ସିଟିଟିସି ଭୁବନେଶ୍ବରର ଶିକ୍ଷକ ପ୍ରଣବ କୁମାର ଚୌଧୁରୀ ମଧ୍ୟ ଜାତୀୟ ଶିକ୍ଷକ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ, ଆମ ସମ୍ବିଧାନରେ ଲିଖିତ ‘‘ସୁଯୋଗର ସମାନତା’’ ଆଦର୍ଶକୁ ସାକାର କରିବାର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ହେଉଛି ଶିକ୍ଷା । ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଛାଡିବା ହାରକୁ ନଗଣ୍ୟ ସ୍ତରକୁ ହ୍ରାସ କରିବାର ସଫଳତା ଶିକ୍ଷକମାନଙ୍କ ପ୍ରୟାସ ଯୋଗୁଁ ସମ୍ଭବ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଏହି ଜାତୀୟ ସଫଳତା ପାଇଁ ସେ ସମସ୍ତ ଶିକ୍ଷକଙ୍କୁ ପ୍ରଶଂସା କରିଥିଲେ । ରାଷ୍ଟ୍ରପତି କହିଥିଲେ, ବିଦ୍ୟାଳୟ ଶିକ୍ଷା ହେଉଛି ଶିକ୍ଷା ବ୍ୟବସ୍ଥାର ମୂଳଦୁଆ। ଜ୍ଞାନ ଏବଂ ଦକ୍ଷତା ଯେକୌଣସି ସମୟରେ ଅର୍ଜନ କରାଯାଇପାରିବ, କିନ୍ତୁ ଶୈଶବ ସମୟରେ ପିଲାମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ଜାଗୃତ କରିବା ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୁଏ । ପ୍ରାରମ୍ଭିକ ଶ୍ରେଣୀରେ ପିଲାମାନଙ୍କର ବୌଦ୍ଧିକ, ଶାରୀରିକ ଏବଂ ନୈତିକ ବିକାଶ ଉପରେ ନିଷ୍ଠାର ସହିତ ଧ୍ୟାନ ଦେଇଆମର ଶିକ୍ଷକମାନେ ଭବିଷ୍ୟତ ପିଢ଼ିକୁ ଭଲ ଛାତ୍ର ଏବଂ ସଚେତନ ନାଗରିକରୂପେ ପ୍ରସ୍ତୁତ କରିପାରିବେ । ରାଷ୍ଟ୍ରପତିକହିଥିଲେ, ଅନେକ ଛାତ୍ରଛାତ୍ରୀ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରରୁ ଆସିଥାନ୍ତି; କେତେକ ସେମାନଙ୍କ ପରିବାରର ପ୍ରଥମ ପିଢ଼ିର ଛାତ୍ର; କେତେକ ମଧ୍ୟମ ଗ୍ରାମ ବିଦ୍ୟାଳୟରୁ ବଡ଼ ସହର ବିଦ୍ୟାଳୟକୁ ସ୍ଥାନାନ୍ତରିତ ହୁଅନ୍ତି; କେତେକ ସ୍ୱାଭାବିକ ଭାବରେ ଲାଜକୁଳା; କେତେକଙ୍କ ପାଖରେ ଅପାର ପ୍ରତିଭା ଅଛି କିନ୍ତୁ ଆତ୍ମବିଶ୍ୱାସର ଅଭାବ ଅଛି; ଏବଂ କେତେକଙ୍କର ବିଶେଷ ଆବଶ୍ୟକତା ଅଛି । ଶିକ୍ଷକମାନଙ୍କର ବିଶେଷ ଦାୟିତ୍ୱ ହେଉଛି ଯେ ସେମାନେ ଯେକୌଣସି କାରଣରୁ ପଛୁଆ ଅନୁଭବ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରନ୍ତୁ ଏବଂ ସେମାନଙ୍କୁ ପ୍ରଗତି ପାଇଁ ଉତ୍ସାହିତ କରନ୍ତୁ ।
ରାଷ୍ଟ୍ରପତି କହିଥିଲେ, ଶିକ୍ଷାଗତ ଉତ୍କର୍ଷ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ରାଷ୍ଟ୍ରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତକୁ ଏକ ଜ୍ଞାନ ମହାଶକ୍ତି ଏବଂ ଏକ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ଆମର ଜାତୀୟ ପ୍ରାଥମିକତା । ରାଷ୍ଟ୍ରପତି କହିଥିଲେ, ଆମେ ସମସ୍ତେ, ନାଗରିକ ଭାବରେ, ଏକ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ଆଡ଼କୁ ଅଗ୍ରସରହେଉଛୁ । ଏକ ବିକଶିତ ରାଷ୍ଟ୍ର ନିର୍ମାଣ କେବଳ ଏକ ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ସମ୍ଭବ। ଆମର ଶିକ୍ଷକମାନେ ଶିକ୍ଷା ବ୍ୟବସ୍ଥାରେ ଜୀବନଭରି ଦିଅନ୍ତି । ଆମ ଦେଶର ଜଣେ ବି ବିଦ୍ୟାର୍ଥୀ ଯେପରି ଗୁଣାତ୍ମକ ଶିକ୍ଷା ସୁଯୋଗରୁ ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ଆମକୁ ପ୍ରୟାସ କରିବାକୁ ପଡିବ । ଆମ ଶିକ୍ଷକମାନେ ସେମାନଙ୍କର ସ୍ନେହ ଏବଂ ସମର୍ପଣ ମାଧ୍ୟମରେସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ, ପ୍ରେରଣା, ନୈତିକତା ଏବଂ ସମ୍ବେଦନଶୀଳତା ସୃଷ୍ଟି କରିବା ଉଚିତ ବୋଲି ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.