jayashree

ବୌଦ୍ଧମାର୍ଗ ଲାଇଭଲିହୁଡ୍ ଫାଉଣ୍ଡେସନ୍ ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଢ଼ଗାଁ ଠାରେ ବୌଦ୍ଧମାର୍ଗ ଲାଇଭଲିହୁଡ୍ ଫାଉଣ୍ଡେସନ୍ ପକ୍ଷରୁ ଭକ୍ତି ଓ ଉତ୍ସାହର ସହିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧମାର୍ଗର ନିର୍ଦ୍ଦେଶକ ତଥା ସହ-ପ୍ରତିଷ୍ଠାତା ବଳଦେବ ବାଗ, ରାଜକିଶୋର ଥାପା, ରୁଦ୍ରାକ୍ଷ ଥାପା, ରୂପାଧର ଥାପା, ମନୋହର ଥପା, ବିଶମ୍ବର ଥାପା ସମେତ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ଉତ୍ସବ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥିକୁ ଶ୍ରଦ୍ଧା ଓ ଆନନ୍ଦର ସହ ପାଳନ କରାଯିବା ସହ ପ୍ରେମ, ଶାନ୍ତି, ସମନ୍ୱୟ ଓ ଭାଇଚାରାର ବାର୍ତ୍ତା ପ୍ରଦାନ କରାଯାଇଥିଲା । ବୌଦ୍ଧମାର୍ଗ ଲାଇଭଲିହୁଡ୍ ଫାଉଣ୍ଡେସନ୍ ପକ୍ଷରୁ ମହିଳା ସଶକ୍ତିକରଣ, କୃଷକ ସହାୟତା ଏବଂ ସୁଦୃଢ଼ ସମାଜ ଗଠନ ଦିଗରେ କାର୍ଯ୍ୟ କରାଯାଉଥିବା ବେଳେ, ଏଭଳି ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ଏକତା ଓ ସହଯୋଗର ଭାବନା ବୃଦ୍ଧି କରିବାକୁ ପ୍ରୟାସ କରାଯାଉଛି । “ଏକାଠି ଉତ୍ସବ ପାଳନ, ଉତ୍ତମ ଆଗାମୀ ଗଠନ” ବାର୍ତ୍ତା ସହିତ କାର୍ଯ୍ୟକ୍ରମର ସମାପନ ହୋଇଥିଲା । ଏଥିରେ ଅଞ୍ଚଳର ବହୁ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.