
- ହରି ନାରାୟଣ ସଭାପତି, ଦୀପକ ସମ୍ପାଦକ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସଭାପତି ଶିବ ପ୍ରସାଦ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କୁ ଉତ୍ସାହିତ କରିଥିଲେ । ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥୀ, ବରିଷ୍ଠ ସଦସ୍ୟ ସୁବାସ କୁମାର ପଣ୍ଡା, ସୁଧୀର କୁମାର ପଣ୍ଡା, ନବୀନ ପଶାୟତ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ସଭା ସଂଯୋଜନା କରିଥିଲେ । ପରେ ସଭାପତି ଶ୍ରୀ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ସଙ୍ଘର ବାର୍ଷିକ ବିବରଣୀ ସହ ଆୟ ବ୍ୟୟ ରିପୋର୍ଟ ଉପସ୍ଥାପନ କରିଥିଲେ । ଉପସଭାପତି ଶ୍ରୀ ମିଶ୍ର ସଭା ସଂଯୋଜନା କରିଥିଲେ । ଏହି ଅବସରରେ ସଙ୍ଘ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହରିନାରାୟଣ ପୂଜାରୀ ନିର୍ଦ୍ବନ୍ଦ୍ବରେ ସଭାପତି ଭାବେ ମନୋନୀତ ହୋଇଥିଲେ । ବଲାଙ୍ଗିର ଉପଖଣ୍ଡ ଉପସଭାପତି ଭାବେ ଆନନ୍ଦ ଚନ୍ଦ୍ର ସାହୁ, ପାଟଣାଗଡ଼ ଉପଖଣ୍ଡ ଉପସଭାପତି ସୁବୋଧ ମେହେର ଓ ଟିଟିଲାଗଡ଼ ଉପଖଣ୍ଡ ଉପସଭାପତି ଭାବେ ଦୀପକ ସମାଦ୍ଦାର ମନୋନୀତ ହୋଇଥିଲେ । ଦୀପକ ପୁରୋହିତ ସାଧାରଣ ସମ୍ପାଦକ ଭାବେ ଓ ଶରତ କୁମାର ମହାକୁର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ବଲାଙ୍ଗିର ଉପଖଣ୍ଡ ସମ୍ପାଦକ ଭାବେ ରଞ୍ଜିତ ବେହେରା, ପାଟଣାଗଡ଼ ଉପଖଣ୍ଡ ମନୋଜ କୁମାର ମିଶ୍ର ଓ ଟିଟିଲାଗଡ଼ ଉପଖଣ୍ଡ ସମ୍ପାଦକ ଭାବେ ସଞ୍ଜୟ କୁମାର ବେହେରା ମନୋନୀତ ହୋଇଥିଲେ । ଶରତ ଚନ୍ଦ୍ର ମିଶ୍ର ସାଂଗଠନିକ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପଣ୍ଡା ନିର୍ବାଚନ ଅଧିକାରୀ ଓ ବରିଷ୍ଠ ସାମ୍ବାଦିକ ନବୀନ କୁମାର ପଶାୟତ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ ।