jayashree

ବଲାଙ୍ଗିର ପୌରାଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗାନ୍ଧି ପାଠାଗାର ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌର ପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପୌର ପରିଷଦର ସୁପରିଚାଳନା ପାଇଁ ରାଜ୍ୟସ୍ତରରେ ବଲାଙ୍ଗିର ପୌର ପରିଷଦକୁ ମିଳିଛି ସମ୍ମାନ । ଏହି ସଫଳତା ପାଇଁ ପୌରାଧ୍ୟକ୍ଷା ଲିକା ସାହୁଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଛି । ଏହି ଉପଲକ୍ଷେ ଟିକ୍ରାପଡ଼ାସ୍ଥିତ ଗାନ୍ଧି ପାଠାଗାରର ପୌର ପରିଷଦ ସଭାଗୃହରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ପୀତବାସ ପଣ୍ଡା, ସଭ୍ୟ ଦାଶରଥି ସାହୁ, ହୃଦୟ ରଞ୍ଜନ ସାହୁ, ସଭ୍ୟା ରୀନା ମାହାନା, ଅଜିତ ପଣ୍ଡାଙ୍କ ସମେତ ପାଠାଗାରର ସଦସ୍ୟ ଓ ସଂଗଠକ ବୁଲୁ ବେହେରା ଉପସ୍ଥିତ ଥିଲେ । ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁ ଏବଂ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ରାଜ୍ୟସ୍ତରରେ ବଲାଙ୍ଗିର ପୌର ପରିଷଦର ଏହି ସଫଳତା ପାଇଁ ପାଠାଗାର ପକ୍ଷରୁ ଉଭୟଙ୍କୁ ଅଭିନନ୍ଦନ ଜଣାଯାଇଥିଲା । ସେହିପରି ବଲାଙ୍ଗିର ସହରରେ ରାସ୍ତାଘାଟ ଓ ଡ୍ରେନ୍ ନିର୍ମାଣ, ବନ୍ଧ ଖୋଳା ସହ ବିଭିନ୍ନ କ୍ଲବ ଓ ମନ୍ଦିରର ଉନ୍ନତିକରଣ ଭଳି କାର୍ଯ୍ୟ ଜାରି ରହିଥିବାରୁ ଗାନ୍ଧି ପାଠାଗାର ପକ୍ଷରୁ ବଲାଙ୍ଗିର ପୌର ପରିଷଦ ଏବଂ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଥିଲା ।

Leave A Reply

Your email address will not be published.