
- ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବଛାଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ସମସ୍ତ ବିଦ୍ୟାଳୟ ଭଳି ଟୁପାଉଡାର ପଞ୍ଚାୟତ ସଦର ମହକୁମାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଉତ୍ସାହ ଓ ଉଦ୍ଦୀପନାର ସହ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଶିକ୍ଷାବିତ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଦ୍ୟାଳୟ ପ୍ରଧାନଶିକ୍ଷକ ମହାଦେବ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସିଆର୍ସିସି ପୂର୍ଣ୍ଣଚନ୍ଦ୍ର ବଛାଙ୍କୁ ଏହି ଅବସରରେ ସ୍ୱତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଯୁଗଳ କିଶୋର ମାଝୀ, କୁବେର ବେହେରା, ବିଶ୍ୱରଞ୍ଜନ ଦାସ, ଶୁଭସ୍ମିତା ସାହୁ, ସରିତା ସା, ସାଧୁ ଶିକା ଓ ଲକ୍ଷ୍ମୀଧର ଦାସ, ସ୍କୁଲ ପରିଚାଳନା କମିଟି ସଦସ୍ୟ ତଥା ସମସ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।