jayashree

ଶକ୍ତିଶ୍ରୀ ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ବଙ୍ଗୋମୁଣ୍ଡା ଠାରେ ଦୀର୍ଘ ୬ ଦିନ ଧରି ଚାଳିଥିବା ଶକ୍ତିଶ୍ରୀ ଆତ୍ମ ସୁରକ୍ଷା ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିର +୩ ପ୍ରଥମ ବର୍ଷର କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ନବାଗତ ଛାତ୍ରୀମାନଙ୍କୁ ନେଇ ଆୟୋଜିତ ହୋଇଥିଲା । ଉଦ୍‌ଯାପନୀ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ଜୟନ୍ତୀ ଖୁଣ୍ଟିଆ, ଶିକ୍ଷା ବିଭାଗର ମୁଖ୍ୟ ଆଲୋକ କୁମାର ରଥ, ପ୍ରଶିକ୍ଷିକା ଯାଜ୍ଞସିନୀ ମାଝୀ, ଇତିହାସ ବିଭାଗର ଅଧ୍ୟାପିକା ପ୍ରଭାସିନୀ ମେହେର ତଥା ଖେଳ ଶିକ୍ଷକ ଜୟପ୍ରକାଶ ସାହୁ ମଞ୍ଚାସୀନ ଥିଲେ । ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ଖୁଣ୍ଟିଆ ଶକ୍ତିଶ୍ରୀର ପ୍ରସିକ୍ଷଣ ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ମତବ୍ୟକ୍ତ ରଖିଥିଲେ । ଅଧ୍ୟକ୍ଷ ଶ୍ରୀ ମେହେର ଓ ଶିକ୍ଷା ବିଭାଗର ମୁଖ୍ୟ ଶ୍ରୀ ରଥ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସାହସ, ସଚେତନତା ସଂପର୍କରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଏହି ଶିବିରରେ ୧୫୧ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଖେଳ ଶିକ୍ଷକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ରେଡକ୍ରସ ଶାଖାର ସଂଯୋଜକ ଭାଷ୍କର ମେହେର, ଅଧ୍ୟାପକ ରାମକୃଷ୍ଣ ବାଗ, ଡିଲେଶ୍ୱର ନିଆଲ, ଲୋକନାଥ ମେହେର, ଗିରୀଶ ଚନ୍ଦ୍ର ଧୁବଲ, ରଂଜିତ ସଗରିଆ, ଆଲୋକ ମୁଣ୍ଡ, ଲେଖୁ ପ୍ରସାଦ ବଚ୍ଛା, ଅଧ୍ୟାପିକା ମୋନାଲିସା ମେହେର, ଶ୍ୱେତପଦ୍ମା ମେହେର, ଅଧ୍ୟାପକ ପବନ ପୁଟେଲ, ହୃସିକେଶ ପୁଟେଲ, ଜୟପ୍ରକାଶ ମେହେର, ଭୂଷଣ ଚନ୍ଦ୍ର ମେହେର, କ୍ଷୀରସିନ୍ଧୁ ରଣା, ଦେବରାଜ ମେହେର ତଥା ଅନ୍ୟାନ୍ୟ ସହକର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.