jayashree

ଜାତୀୟ ସମ୍ମାନରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୈକ୍ଷିକ ଅଗ୍ରଗତି ପାଇଁ ଶିକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିଥିବାରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ବିଶ୍ୱବିଦ୍ୟାଳୟ (ଏନ୍‌ଆଇଇପିଏ) ଦିଲ୍ଲୀ ତରଫରୁ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷକ୍ଷ ଅଧିକାରୀ ତଥା ବର୍ତମାନ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଏଡ଼ିଇଓ)ଙ୍କୁ ଶିକ୍ଷା ବର୍ଷ ୨୦୨୪-୨୫ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ନୂଆଦିଲ୍ଲୀର ଏନ୍‌ଆଇଇପିଏ ଅଡ଼ିଟୋରିଅମ ଠାରେ ରାଜ୍ୟସଭା ସାଂସଦ ବିନୋଦ ଶ୍ରୀଧର ତାୱାଡେ ସେବାଶ୍ରୀ ଭୋଇଙ୍କୁ ଜାତୀୟ ସମ୍ମାନ ପ୍ରଦାନ କରିଛନ୍ତି । ଦେଶର ବିଭିନ୍ନ ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ନୋମିନେସନ ଗୁଡିକୁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ବିଶ୍ୱବିଦ୍ୟାଳୟ (ଏନ୍‌ଆଇଇପିଏ) ଜାତୀୟ ପୁରସ୍କାର ପାଇଁ ରାଜ୍ୟ ସରକାରମାନଙ୍କଠାରୁ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ଅଠସ୍ତରୀ ଗୋଟି ନୋମିନେସନ୍‌କୁ ବହୁ ପରୀକ୍ଷା ନିରୀକ୍ଷା ପରେ ଚୁଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ କରାଯାଇଥିଲା ଏବଂ ସେମାନଙ୍କୁ ତାଙ୍କର ଶିକ୍ଷାକ୍ଷେତ୍ରରେ ଆଣିଥିବା ନୂତନ ପ୍ରୟାସଗୁଡିକର ଉପସ୍ଥାପନା ପାଇଁ ଆମନ୍ତ୍ରଣ କରାଯାଇଥିଲା । ସମସ୍ତଙ୍କ ଉପସ୍ଥାପନା ପରେ ସେଥିମଧ୍ୟରୁ ଅତି ଉତ୍ତମ ଓ ଗୁଣବତ୍ତା ସଂପନ୍ନ ୬୯ ଗୋଟି ନୂତନ ପ୍ରୟାସକୁ ଜାତୀୟ ପୁରସ୍କାର ପାଇଁ ଚୟନ କରାଯାଇଥିଲା । ଅନୁନ୍ନତ ତଥା ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଧନକଉଡ଼ା ବ୍ଲକରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଅଭିମୁଖୀ କରାଇ ପ୍ରାଥମିକ ଶିକ୍ଷା ସମାପନ ଦିଗରେ ଅଗ୍ରଣୀ ଭୂମିକା ଓ ଶିକ୍ଷାର ଉନ୍ନତି ଏବଂ ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଅବଦାନ ଏବଂ କାର୍ଯ୍ୟାବଳୀ ପାଇଁ ଶ୍ରୀମତୀ ଭୋଇଙ୍କୁ ସେପ୍ଟେମ୍ବର ୨ ଓ ୩ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଶିକ୍ଷାର ବିକାଶ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ଜଣେ ଶିକ୍ଷା ଅଧିକାରୀ ସମ୍ମାନ ପାଇଥବାରୁ ବଲାଙ୍ଗିର ଶିକ୍ଷା ବିଭାଗ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.