jayashree

ବ୍ରହ୍ମପୁର ନାଳନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଆଇନ ସଚେତନତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ବ୍ରହ୍ମପୁର ସ୍ଥିତ ନାଳନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମର ସଚିବ ବ୍ୟୋମକେଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତର ଉଦ୍ଦେଶ୍ୟ, ଅଧିକାରକ୍ଷେତ୍ର ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସଚେତନ କରାଯାଇଥିଲା । ସଚିବ ଶ୍ରୀ ନାୟକ କହିଥିଲେ ଯେ, ସ୍ଥାୟୀ ଲୋକ ଅଦାଲତ ମାଧ୍ୟମରେ ଦୀର୍ଘ ଓ ବ୍ୟୟବହୁଳ ମକଦ୍ଦମାରୁ ସୁବିଧା ମିଳିବା ସହ ସାଧାରଣ ଲୋକଙ୍କୁ ସୁଲଭ ଓ ଶୀଘ୍ର ନ୍ୟାୟ ପାଇବାର ସୁଯୋଗ ମିଳିଥାଏ । ଆଇନ ସମ୍ପର୍କରେ ସଚେତନ ହେବା ସହ ଆବଶ୍ୟକତା ଥିବା ବ୍ୟକ୍ତିମାନେ ଆଇନ ସେବା ପ୍ରାଧିକରଣର ସୁବିଧା ନେବାକୁ ସେ ଆହ୍ୱାନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର କନିଷ୍ଠ କିରାଣୀ ଆଦିତ୍ୟ ନାରାୟଣ ରଥ ସ୍ୱାଗତ ଭାଷଣ ଦେଇଥିବା ବେଳ ବିଦ୍ୟାଳୟର ସହକାରୀ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.