
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଆର. ହିମାଂଶୁ ପ୍ରସାଦ ରାଓ ଓରଫ ଟୁନା ବାବୁଙ୍କ ଅକାଳ ବିୟୋଗ ଘଟିଛି । ସେ ଜାମ୍ମୁ-କାଶ୍ମୀର ଯାଇଥିଲେ, କାରରେ ଯାଉଥିବା ବେଳେ ଅଘଟଣ ଘଟିଛି । ଉକ୍ତ ଅଞ୍ଚଳ ପରିଦର୍ଶନରେ ଯାଉଥିବା ବେଳେ କାର ଉପରେ ପଥର ଅତଡ଼ା ଖସିବା କାରଣରୁ ତାଙ୍କର ଅକାଳ ବିୟୋଗ ଘଟିଥିବା ଖବର ମିଳିଛି । ସେ ଜଣେ ମେଳାପି, ବନ୍ଧୁବତ୍ସଳ ବ୍ୟକ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତାହାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।