
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱସ୍ତରରେ ସଂସ୍କୃତ ସପ୍ତାହ ପାଳନ କରାଯାଉଥିବା ବେଳେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ଉଚ୍ଚବିଦ୍ୟାପୀଠରେ ସଂସ୍କୃତ ସପ୍ତାହ ପାଳନ ହୋଇଯାଇଛି । ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସଂସ୍କୃତବିତ୍ ତଥା ଛତ୍ରପୁର ଅନସ୍ଲୋ ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ବିଦ୍ୟାଧର ଦାଶ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସଂସ୍କୁତଭାଷା ହିଁ ଆଦ୍ୟ ଭାଷା ଅଟେ । ସର୍ବ ଭାଷାର ଜନନୀ ଅଟେ ବୋଲି ଗଣନା କରିଥିଲେ । ସଂସ୍କୃତ ଭାଷା ସମାଜକୁ ସଠିକ ମାର୍ଗ ଦର୍ଶାଇ ଥାଏ ବୋଲି ସଂସ୍କୃତ ପଣ୍ତିତ ଶ୍ରୀ ଦାଶ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଂସ୍କୃତ ତଥା ଏନ୍.ସି.ସି ଫାଷ୍ଟ ଅଫିସର ସୁଧାକର ବଳୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଭିରାମ ସାହୁ ସଭା ସଂଯୋଜନା କରିଥିଲେ । ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ସଂସ୍କୃତ ଭାଷା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।