
କେସିଙ୍ଗା, (ପ୍ରୀତେଶ ପଟେଲ) : ପାଷ୍ଟିକୋଡ଼ି ଛକ ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏଠି କାହାର ନଜର ନାହିଁ । ଛକରେ ଖାଲ ହୋଇ ବର୍ଷାରେ କୃତ୍ରିମ ହ୍ରଦ ପାଲଟିଗଲାଣି । ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେଉନାହାନ୍ତି । ପୂର୍ତ୍ତ ବିଭାଗର ରାସ୍ତା ବିଶାଖାପାଟଣା-ରାୟଗଡ଼ା-ପାଷ୍ଟିକୋଡ଼ି-ରାୟପୁରକୁ ସଂଯୋଗ କରୁଥିବାବେଳେ ଅନ୍ୟଟି ଏନ୍ ଏଚ୍ ୨୬ ରହିଛି । ବର୍ତ୍ତମାନ ରାସ୍ତା ମରାମତି ନହେବାରୁ ଏ ଅଞ୍ଚଳବାସୀ ଅସୁବିଧା ଭୋଗୁଛନ୍ତି । ଏହି ଛକ ରାସ୍ତାର ଅନତିଦୂରରେ ସାପ୍ତାହିକ ବଜାର ରହିଛି । ଏଣୁ ଖାଲଖମାର ପାଇଁ ଲୋକେ ହଇରାଣ ହେଉଛନ୍ତି । ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ବାରମ୍ବାର ଏପରି ଅସୁବିଧା ହେଉଛି । ଏଣୁ ବିଭାଗ ପକ୍ଷରୁ ରାସ୍ତାର ଶୀଘ୍ର ମରାମତି କରିବାକୁ ଦାବି ହେଉଛି ।