ଖବରଦାତା ସମ୍ମିଳନୀରେ ତଦନ୍ତ ଦାବୀ କଲା ବିଜେଡି : ସାଂସଦଙ୍କ ନୋମିନି ତଥା ଖଗସା ସରପଂଚଙ୍କ କରୋନା ମହାମାରୀ ଫଣ୍ଡ ଦୁର୍ନୀତି ଅଭିଯୋଗ

କଂଟାବାଂଜି, (ମନିଶ କୁମାର ହଂସ) : ବୁଧବାର ସଂଧ୍ୟାରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ଖବରଦାତା ସମ୍ମିଳନୀରେ କରୋନା ମହାମାରୀ ସମୟରେ ହୋଇଥିବା ଦୁର୍ନୀତି ଉପରେ ଭିଜିଲାନ୍ସ ତଦନ୍ତ ଦାବୀ କରାଯାଇଛି । କରୋନା ମହାମାରୀ ସମୟରେ ପ୍ରବାସୀ ଓଡିଆମାନଙ୍କ ପାଇଁ ଖଗସା ପଂଚାୟତରେ କ୍ୱାରେନ୍‌ଟାଇନ୍‌ ହୋମ କରାଯାଇଥିଲା । କ୍ୱାରେନ୍‌ଟାଇନ୍‌ ହୋମ୍‌ର ଅନ୍ତେବାସୀମାନଙ୍କ୍‌ୁ ସରକାରଙ୍କ ତରଫରୁ ସୁବିଧା ସୁଯୋଗ ଯୋଗାଇବା ପାଇଁ ସରପଂଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆ ଯାଇ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିଲା । ସରପଂଚ ସୁଦର୍ଶନ କଟା ଜିଲ୍ଲାପାଳ ଦାୟିତ୍ୱ ତୁଳାଇ କ୍ୱାରେନଟାଇନ ହୋମକୁ ଦିଆଯାଇଥିବା ଫଣ୍ଡରୁ ଶ୍ରମିକ ମାନଙ୍କୁ ପାଇଁ ୮୦୦ଟି ବେଡ୍‌ର ବ୍ୟବସ୍ଥା କରିଯାଇଥିଲା । ଉକ୍ତ କ୍ୱାରେନଟାଇନ ହୋମର ଇଲେକ୍ଟ୍ରିକ ପଙ୍ଖା, ଇନଭେଟର ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀ ପାଇଁ ବିଲ ଭାଉଚର କରାଯାଇଥିଲା । ଶ୍ରମିକ ମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କାର ସାବୁନ, ଟୁଥପେଷ୍ଟ, ଡେଟଲ, ସେନିଟାଇଜର ତଥା ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଲକ୍ଷ ଲକ୍ଷ ଟଙ୍କାର ବିଲ କରାଯାଇଛି, ହେଲେ ଉକ୍ତ ଟଙ୍କାର କୌଣସି ଜିନିଷ ପତ୍ର ନ କିଣି ମିଥ୍ୟା ବିଲ୍‌ ଭାଉଚର କରି ସରପଂଚ ଶ୍ରୀ କଟା ଆତ୍ମସାତ୍‌ ହୋଇଥିବା ବିଷୟ ଅଭିଯୋଗ ହେବା ସହ ଲୋକ ଲୋଚନ ଆସିଛି । ଏପରିକି ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶିତ ହେଲା ପରେ ସ୍ଥାନୀୟ ବିଜେଡି ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ ଏ ସଂକ୍ରାନ୍ତରେ ସ୍ୱର ଉତ୍ତୋଳନ କରିଛନ୍ତି । ସେ କହିଛନ୍ତି ଯେ, ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ସହାୟତା ପାଇଁ କୋଟି କୋଟି ଟଙ୍କା ଯୋଗାଇଥିଲେ, କିନ୍ତୁ କେତେକ ନ୍ୟସ୍ତସ୍ୱାର୍ଥ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସରପଂଚମାନେ ମିଥ୍ୟା ବିଲ୍‌ ଭାଉଚର କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଛନ୍ତି । ସେମାନଙ୍କ ମଧ୍ୟରୁ ଖଗସା ସରପଂଚ ସୁଦର୍ଶନ କଟା ମଧ୍ୟ ଜଣେ । ସରପଂଚ ବର୍ତମାନ ଖଗସା ପଂଚାୟତର ସରପଂଚ ସହ ସାଂସଦଙ୍କ ତୁରେକେଲା ବ୍ଲକ ପ୍ରତିନିଧି ଅଟନ୍ତି । ଖଗସା ପଂଚାୟତର ଲୋକେ ଦାଦନ ଖଟି ଅନ୍ୟ ରାଜ୍ୟରୁ ଫେରିଲା ପରେ ମଧ୍ୟ ସେମାନଙ୍କୁ ଆଜି ଯାଏ ତାଙ୍କ ଅଧିକାର ମିଳି ପାରିନାହିଁ । ସରପଂଚ ଶ୍ରୀ କଟା ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିବାରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସେ ଦାବୀ କରିଛନ୍ତି । ସରପଂଚ ଶ୍ରୀ କଟାଙ୍କ ମତାମତ ପାଇଁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ଫୋନ ସ୍ୱିଚ ଅଫ୍‌ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.