jayashree

ସଂସ୍କୃତ ସପ୍ତାହ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ସଂସ୍କୃତ ସପ୍ତାହର ସମାପନ ସମାରୋହ ପାଳିତ ହୋଇଯାଇଛି । ଓଡିଶା ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଗତ ୨୫ତାରିଖରୁ ଏହି ସଂସ୍କୃତ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ପ୍ରଥମ ଦିନ ମହାବିଦ୍ୟାଳୟର ପ୍ରବେଶ ଦ୍ୱାରରେ ତିଳକ ପ୍ରଦାନ ପୂର୍ବକ ସମସ୍ତଙ୍କୁ ସ୍ଵାଗତ କରଯାଇଥିଲା । ଦ୍ୱିତୀୟ ଦିନ ବଦତୁ ସଂସ୍କୃତ ପୁସ୍ତକ ବିକ୍ରୟଣ ଅଭିଯାନ, ତୃତୀୟ ଦିନ ରକ୍ଷାବନ୍ଧନ, ଚତୁର୍ଥ ଦିନ ସଂସ୍କୃତ ଭାଷା ବିଷୟକ ଭିଡିଓ ପ୍ରଦର୍ଶନ, ପଞ୍ଚମ ଦିନ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଷଷ୍ଠ ଦିନ ଗୀତା ଶ୍ଲୋକ ପଠନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସପ୍ତମ ଦିନ ସମାପନ ସମାରୋହରେ କେଚ୍ ସଂସ୍ଥା, ଭୁବନେଶ୍ଵରର ପରିଚାଳନା ନିର୍ଦ୍ଦେଶକ ଚିତ୍ତରଞ୍ଜନ ଶତପଥୀ ଯୋଗଦେଇ ସଂସ୍କୃତକୁ ଲୋକାଭିମୁଖି କରି କେବଳ ସପ୍ତାହ ନୁହେଁ ସଂସ୍କୃତ ପକ୍ଷ ବା ମାସ ପାଳନର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଅତିଥି ପରିଚୟ ଅଜିତ କୁମାର ପଣ୍ଡା, ମଞ୍ଚ ସଞ୍ଚାଳନ ଆଦର୍ଶ କୁମାର ମହାପାତ୍ର, ଧନ୍ୟବାଦ ଅର୍ପଣ ଡଃ. ସମୀର ବିଶ୍ୱାଳ କରିଥିଲେ । ଡଃ. ସିଦ୍ଧେଶ୍ଵର ପଧାନ, ସିଦ୍ଧାର୍ଥ ଦାଶ ତଥା ମହାବିଦ୍ୟାଳୟର ଛାତ୍ରୀମାନେ ଉପସ୍ଥିତ ଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ସଂସ୍କୃତ ଭାରତୀର ପ୍ରେରଣାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷରେ ଶାନ୍ତିମନ୍ତ୍ର କରାଯାଇଥିଲା ।

Leave A Reply

Your email address will not be published.