jayashree

ମାର୍ଜାର କେଶରୀ କର୍ମକାଣ୍ଡ ପରିଷଦର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ସଂସ୍କୃତି ମଣ୍ଡପଠାରେ ମାର୍ଜାର କେଶରୀ କର୍ମକାଣ୍ଡ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥ ପାର୍ଶ୍ୱଦେବୀ ମାନଙ୍କ ପାଖରେ ନବରାତ୍ର ପୂଜା କରିବା ପାଇଁ ଲଗ୍ନ ପ୍ରସ୍ତୁତି କରି ମନ୍ଦିର ପ୍ରଶାସନକୁ ଦିଆଯାଇଥିଲା । ଆଗାମୀ ସେପ୍ଟେମ୍ବର ୧୩ ତାରିଖ ଦିନ ଝାରବନ୍ଧ ଓ ପାଇକମାଲ ବ୍ଲକର ସମସ୍ତ କର୍ମକାଣ୍ଡ ପଣ୍ଡିତ ମାନଙ୍କୁ ନେଇ ଏକ ବୈଠକ କରିବାକୁ ନିଷ୍ପତି ହୋଇଛି ଓ ସମସ୍ତଙ୍କୁ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି । ସଭାରେ ସଭାପତି ସୁବଳ ପଣ୍ଡା, ସମ୍ପାଦକ ପ୍ରେମାନନ୍ଦ ଦେବତା, କୋଷାଧକ୍ଷ ସନ୍ତୋଷ ପାଢ଼ୀ, ତଥା ସୋହେଲାରୁ ମନବୋଧ ମିଶ୍ର, ବରଗଡ଼ରୁ କୁଳମଣି ମିଶ୍ର, ଶୁଭାଂଶୁ ମିଶ୍ର, ପାଇକମାଲରୁ ଉମେଶ ମିଶ୍ର, ଡିଗ୍ରୀ ଦେବତା, ରଘୁବୀର ତ୍ରିପାଠୀ, ରମେଶ ଯୋଶୀ ତଥା ଅନେକ ବ୍ରାହ୍ମଣ ଦେବତା ଯୋଗ ଦେଇଥିଲେ । ଧନ୍ୟବାଦ ଦେଇଥିଲେ ଠାକୁର ପଣ୍ଡା ।

Leave A Reply

Your email address will not be published.