jayashree

ନୃସିଂହନାଥ ଧର୍ମଶାଳାରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟ ସଚେତକ ସ୍ୱର୍ଗତ ସତ୍ୟଭୂଷଣ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଇକମାଲ ନୃସିଂହନାଥ ଧାର୍ମଶାଳାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଲ ବ୍ଲକର କଂଗ୍ରେସ କର୍ମୀଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ । ବ୍ଲକ କଂଗ୍ରେସ କମିଟି ସଭାପତି ମହେନ୍ଦ୍ର ଖୁଣ୍ଟିଆ ଶ୍ରଦ୍ଧାଞ୍ଜଳି ସଭା ପରିଚାଳନା କରିଥିଲେ । ଆରମ୍ଭରେ ଦୁଇ ମିନିଟ ନୀରବ ପ୍ରାଥନା କରାଯାଇଥିଲା । ବିନୋଦ କୁମାର କାଳିଆ, ନନ୍ଦଲାଲ ନାୟକ, ଜନାର୍ଦ୍ଦନ ପଣ୍ଡା, ସୁନ୍ଦରମଣି ନାୟକ, ମନୋଜ କୁମାର ତ୍ରିବେଦୀ, ଦିଲ୍ଲୀପ ଅଗ୍ରୱାଲ, ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ରହି ସ୍ୱର୍ଗତ ସତ୍ୟଭୂଷଣ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ବିୟୋଗରେ ଶୋକାକୁଳ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ । ସ୍ୱର୍ଗତ ସାହୁଙ୍କ ଅବଦାନ ବିକାଶ ପ୍ରତି ତାଙ୍କର ନିଷ୍ଠା ଚିରସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.