୫ମ ରାଜ୍‌ ବୋଡାସମ୍ବର ଧନୁଯାତ୍ରା ପାଇଁ କଂସ ବରଣ ଓ ଶୁଭସ୍ତମ୍ଭ ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଗୋଇବାହାଲି ଠାରେ ହେବାକୁ ଥିବା ୫ମ ରାଜ୍‌ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ ଦୂରଦର୍ଶନ କଳାକାର ବିଜୟ ଦେବତାଙ୍କୁ କଂସ ଭୂମିକାରେ ଚୈତନ୍ୟ ସାହୁ – ଉଗ୍ରେସନ, ସପଂଦ ମେହେର – ମହାମନ୍ତ୍ରୀ, ଚିତ୍ତ ମେହେର – ଚାଣୁର ଆଦି ବିଭିନ୍ନ କଳାକାର ମାନଙ୍କୁ ବରଣ କରାଯାଇଛି । ଏଥିସହିତ ଯାତ୍ରାର ମଙ୍ଗଳ କାମନା ସକାଶେ ଗୋଇବାହାଲି ଠାରେ ଶୁଭାରମ୍ଭ ସ୍ଥାପନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ରୁକ୍ମଣ ମଲ୍ଲିକ ତାଙ୍କ ଧର୍ମପତ୍ନୀ ଲିଲି ମଲ୍ଲିକ କର୍ତ୍ତା ଭାବରେ କାର୍ୟ୍ୟ ତୁଲାଇଥିଲେ । ଉକ୍ତ ଧନୁଯାତ୍ରା ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସ ୧୨ ତାରିଖ ଠାରୁ ୧୭ ତାରିଖ ପର୍ୟ୍ୟନ୍ତ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେବ । ୧୨ ତାରିଖ ଡୁଙ୍ଗୁରିପାଲି ଠାରେ ଗୋପପୁର କେର୍ମେଲାବାହାଲ ଯାଏଁ ବିଭିନ୍ନ ସାଂସ୍କୃତିକ ଲୋକନୃତ୍ୟ ସହ କଳସ ଶୋଭାଯାତ୍ରା ହେବ ଓ ସଂଧ୍ୟାରେ କଂସ ଦରବାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଅଛି ।

Leave A Reply

Your email address will not be published.