jsm

ଉଚ୍ଚନ୍ୟାୟାଳୟ ସଭାପତିଙ୍କୁ ଖଲ୍ଲିକୋଟରେ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଉଚ୍ଚ-ନ୍ୟାୟାଳୟର ନବ ନିର୍ବାଚିତ ସଭାପତି ତଥା ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାଙ୍କ ଜନ୍ମମାଟି ଖଲ୍ଲିକୋଟରେ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଖଲ୍ଲିକୋଟ ଅଞ୍ଚଳର ଅଗ୍ରଣୀ ସଂଗଠନ ଡଃ. ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାର ଅୟୋଜନ ହୋଇଥିଲା । କେବଳ ଖଲ୍ଲିକୋଟ ମାଟି ନୁହେଁ ସମଗ୍ର ଗଂଜାମ ଜିଲ୍ଲା ସର୍ବୋପରି ରାଜ୍ୟର ଗର୍ବ ଆଉ ଗୌରବ ବୋଲି ଗଣନା କରାଯାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାଙ୍କ ଭଳି ବରେଣ୍ୟ ପ୍ରତିଭାଙ୍କୁ ନିଜ ଜନ୍ମମାଟି ଖଲ୍ଲିକୋଟ ଠାରେ ଆଗ୍ରହ ଉତ୍ସାହ ସହକାରେ ବର୍ଣ୍ଣାଢ୍ୟ ସମାରୋହରେ ଏକ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଖଲ୍ଲିକୋଟ, ନିର୍ମଳଝର ସ୍ଥିତ ନୃସିଂହ ଚରଣ ସମ୍ମିଳନୀ କକ୍ଷରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ରବିବାର ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ସଂଘର ନବ ନିର୍ବାଚିତ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରା ଅବସ୍ଥାପିତ ହୋଇଥିବାରୁ ଆପଣାର ଜନ୍ମଭୂମି ଖଲ୍ଲିକୋଟରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । । ଶ୍ରୀ ସାମନ୍ତରାଙ୍କୁ ଖଲ୍ଲିକୋଟ ସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଭାପତି ତଥା ପ୍ରାକ୍ତନ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ଉତ୍ତରୀୟ ପୁଷ୍ପଗୁଚ୍ଛ ସହିତ ବାର୍ଷିକ ମୁଖପତ୍ର ‘ସ୍ମୃତିସୁଧା’ ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ପ୍ରଦାନ କରିଥିଲେ । ଉତ୍ସବରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, ବିପ୍ଲବୀ କବି ପ୍ରଶାନ୍ତ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ରବି ରଥ, ପ୍ରାକ୍ତନ ନଗରପାଳ ରାମମୋହନ ପଣ୍ଡାଙ୍କ ସମେତ ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଆଇନଜୀବୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.