jayashree

ଆକାଶବାଣୀ ବଲାଙ୍ଗିରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦଙ୍କୁ ବିଦାୟୀ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶବାଣୀ କେନ୍ଦ୍ର ପରିସରରେ ସାମୟିକ ଉଦଘୋଷକ ଶରତ କୁମାର ନନ୍ଦଙ୍କ ଅବସର ଅବସରରେ ଏକ ସ୍ମରଣୀୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଆକାଶବାଣୀ ରିକ୍ରିଏସନ୍ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକର୍ମୀ ଓ କର୍ମଚାରୀମାନେ ଶ୍ରୀ ନନ୍ଦଙ୍କ ଦୀର୍ଘ କାର୍ଯ୍ୟଜୀବନକୁ ସ୍ମରଣ କରି ତାଙ୍କ ପ୍ରତି ଶୁଭେଚ୍ଛା ଜଣାଇଥିଲେ । ଜଣେ ଦକ୍ଷ ଉଦଘୋଷକ ଭାବେ ଶ୍ରୀ ନନ୍ଦଙ୍କ ଅବଦାନ, ନିଷ୍ଠା ଏବଂ ମେଳାପୀ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ତାଙ୍କର କାର୍ଯ୍ୟଧାରା ନୂତନ ପିଢ଼ି ପାଇଁ ପ୍ରେରଣାଦାୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଆକାଶବାଣୀ କେନ୍ଦ୍ର ଯନ୍ତ୍ରୀ ସଞ୍ଜୟ କୁମାର ତାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନନ୍ଦଙ୍କୁ ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ । ସେ ନିଜ ବକ୍ତବ୍ୟରେ ଶ୍ରୀ ନନ୍ଦଙ୍କ କର୍ତ୍ତବ୍ୟନିଷ୍ଠା ଓ ସଂସ୍ଥା ପ୍ରତି ତାଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସଂସ୍କୃତି ପଟ୍ଟନାୟକ, ରବି ମିଶ୍ର, ନବୀନ ସାହୁ, ସୁଧୀର ହୋତା, ମନୋଜ ମିଶ୍ର, ସନ୍ଦୀପ କୁଅଁର, ଅନିଲ ହୋତା, ସସ୍ମିତା ନେପାକ, ସଂଗୀତା ଶେଖର ଦେଓ, ଅନ୍ନପୂର୍ଣ୍ଣା ତ୍ରିପାଠୀ, ସାବିତ୍ରୀ ତ୍ରିପାଠୀ, ମିତାଲି ମଧୁମିତା ମିଶ୍ର, ରାଜୀବ ଲୋଚନ ଆଚାର୍ଯ୍ୟ, ଲୋକେଶ୍ୱର ପାଣ୍ଡେ, କୀର୍ତ୍ତନ ଦୀପ ଓ ରବୀନ୍ଦ୍ର ମହାକୁର ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ଗ୍ରହଣ କରି ଶ୍ରୀ ନନ୍ଦ ନିଜ କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସହଯୋଗ, ସ୍ନେହ ଓ ସଦିଚ୍ଛା ପାଇଁ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । ସେ ଆକାଶବାଣୀ ସହ ଜଡ଼ିତ ଅନେକ ସ୍ମୃତି ଓ ଅନୁଭୂତି ସହଭାଗୀ କରି ଭାବବିହ୍ୱଳ ହୋଇପଡ଼ିଥିଲେ । ରତ୍ନମୟ ତ୍ରିପାଠୀ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ । ଶେଷରେ ସମସ୍ତଙ୍କ ଶୁଭେଚ୍ଛା ଓ କରତାଳି ମଧ୍ୟରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।

Leave A Reply

Your email address will not be published.