କେବେ କାର୍ୟ୍ୟକ୍ଷମ ହେବ ଝାରବନ୍ଧ ପ୍ରାଣୀ ଚିକିତ୍ସାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ନୂତନ ନିର୍ମିତ ପ୍ରାଣୀ ଚିକିତ୍ସାଳୟ ଦୀର୍ଘଦିନ ଧରି ବନ୍ଦ ରହିଛି । ଏଠି ଡାକ୍ତର ନିଯୁକ୍ତି ହୋଇଛି କି ନାହିଁ, କି ଡାକ୍ତର ନିୟମିତ ଆସୁନାହାନ୍ତି, ଏ ବିଷୟରେ ଅଞ୍ଚଳର ଲୋକମାନେ ମଧ୍ୟ ଜାଣିପାରୁ ନାହାନ୍ତି । ପରିବେଶ ବେଶ ଅସ୍ୱାସ୍ଥ୍ୟକର ଜଣାପଡୁଛି । ନବ ନିର୍ମିତ ପ୍ରାଣୀ ଚିକିତ୍ସାଳୟ ଘର ଭିତରେ ଓ ବାହାରେ ଘାସ ଉଠି ଜଙ୍ଗଲ ହୋଇ ଗଲାଣି । ଆଉ କିଛି ଦିନ ରହିଲେ ଉକ୍ତ ଘରଟି ଭାଙ୍ଗି ନଷ୍ଟ ହୋଇଯିବାର ଆଶଂଙ୍କା ଦେଖା ଦେଲାଣି । ଗାଈଗୋରୁ, ଛେଲିମେଣ୍ଡାଙ୍କ ଅସୁବିଧା କ’ଣ ହେଉନଥିବା ତାହା ଏଥିରୁ ସହଜରେ ଅନୁମେୟ । ଏପଟେ ଜାମସେଠ ଓ ମାଣ୍ଡୋସିଲ ୧୪/୧୫ କିମି ପଡୁଥିବାରୁ ଗାଈଗୋରୁ ଛେଳିମେଣ୍ଢା ଏତେ ଦୂର ନେବା ଅସମ୍ଭବ ହୋଇପଡୁଛି । ଏନେଇ ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ନିଅନ୍ତୁ ବୋଲି ସରପଞ୍ଚ ରବି ବାଗ ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.