jsm

ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍‌ର ଝକେର୍ କବିତା ଆସର୍

csstore

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଅଘରିଆ ଭବନ ଠାରେ ଯୁବକବି ସୁରେନ୍ଦ୍ର କୁମାର ପଟେଲଙ୍କ କୋଶଲି ରାମାୟଣର ଶୁଭ ଉନ୍ମୋଚନ ଓ ତହଁକ କୁଟୁମ୍‌ର ଝକେର କବିତା ଆସର ସ୍ଥାନୀୟ ଅଘରିଆ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମଶ୍ରୀ ହଲଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋଶଲି ଭାଷାର ଭଣ୍ଡାରକୁ କବି ପଟେଲଙ୍କ କୋଶଲି ରାମାୟଣକେ ବରକସ କରବାର ସାଙ୍ଗେ ଆମକୁ ବଫୁ ଦେଇଛେ ବଲି କହିଥିଲେ । ସ୍ଵାମୀ ତେୟୋମୟ ସରସ୍ଵତୀ, ଜିଲ୍ଲା ଲେଖକ ପରିଷଦ ସଂପାଦକ ଶୁସାନ୍ତ ବାଗ, ତହଁକ ସଂପାଦକ ରାଜେଶ ଦଣ୍ଡସେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । କବି ଅଧ୍ୟାପକ ବ୍ରଜ ମୋହନ ମେହେର କୋଶଲୀ ରାମାୟଣର ସମୀକ୍ଷା କରିଥିଲେ । କବି ପଟେଲଙ୍କ ରାମାୟଣ ପ୍ରଥମ କାଣ୍ଡ ଏବଂ ଅଯୋଧ୍ୟା କାଣ୍ଡ ଅତିଥିମାନଙ୍କ ଦ୍ଵାରା ଲୋକାର୍ପଣ ହୋଇଥିଲା । ନିରୂପମା ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାକୁ ପ୍ରକୃତିବନ୍ଧୁ ଦିଗାମ୍ବର ନାଏକ ପରିଚାଲନା କରିଥିଲେ । ଶେଷରେ ଭକ୍ତବନ୍ଧୁ ନାଏକ ମୃଦଙ୍ଗ ବାୟନ ରାମାୟଣ ଗୀତ ଗାଇ ମନମୁଗ୍ଧ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଝକେର କୋଶଲି କବିତା ଆସରରେ କବି ନିରଞ୍ଜନ ପଣ୍ଡା, ଜଗବନ୍ଧୁ ପଟେଲ, ଅର୍ଜୁନ କୁମାର ସାହୁ ଅତିଥି ଭାବେ ମଞ୍ଚାସୀନ ଥିଲେ । ବଲାଙ୍ଗିର, ବରଗଡ଼, ନୂଆପଡା, ସୋନପୁର, ବୌଦ୍ଧ, କଲାହାଣ୍ଡି ଜିଲ୍ଲାରୁ ଶତାଧିକ କବି କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଆସରକୁ ଜ୍ୟୋତିରାଣୀ ମିଶ୍ର ପରିଚାଳନା କରିଥିବାବେଳେ ନିକିତା ସା ଓ ସୁଦେଷ୍ଣା ମିଶ୍ର କବିତା ସଂଯୋଜନା କରିଥିଲେ । ସୌକିଲାଲ୍, ସନ୍ତୋଷ, ଭକ୍ତଚରଣ, ସୁରେନ୍ଦ୍ର, ସ୍ଵାଧୀନ, ସଚିନ ପଟେଲ, ଭୀଷ୍ମ, ଗୟାଧର, ମହେନ୍ଦ୍ର, ସୁଷମା, ଭରତ, ନିରୁପମା, ସରସ୍ଵତୀ ସାଲିନି, ମାନସୀ ଏବଂ ୮୪ ଘର ଅଘରିଆ ସମାଜ ସହଯୋଗ କରିଥିଲେ । ଶେଷରେ କବି ମିଲନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.