ଗରିବଙ୍କ ପାଇଁ ୧ ଟଙ୍କିଆ କ୍ଲିନିକ୍ ଖୋଲିଲେ ଡାକ୍ତର ଶଙ୍କର ରାମ ଚନ୍ଦାନୀ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ସମାଜସେବୀ ଭାବେ ବୁର୍ଲା ଭିମାସାର ଡାକ୍ତର ଶଙ୍କର ରାମ ଚନ୍ଦାନୀ ବେଶ୍ ପରିଚିତ । ବିଭିନ୍ନ ସମୟରେ ସେ ଅନେକ ଗରିବ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ସହଯୋଗର ହାତ ବଢ଼ାଇବା ଭଳି କାର୍ୟ୍ୟ ପାଇଁ କେବଳ ବୁର୍ଲା ନୁହେଁ, ସମଗ୍ର ରାଜ୍ୟରେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । ତେବେ ଆଜି ତାଙ୍କ ଦ୍ଵାରା ଏକ ଟଙ୍କିଆ କ୍ଲିନିକ୍ ଉଦ୍ଘାଟନ ହୋଇଛି । ଯେହେତୁ ସେ ଜଣେ ମେଡ଼ିସିନ୍ ସ୍ପେଶଲିଷ୍ଟ, ତେଣୁ କରି ଗରିବ ଲୋକଟେ ମାତ୍ର ଏକ ଟଙ୍କା ଦେଇ ନିଜ ରୋଗର ଚିକିତ୍ସା କରି ପାରିବ । ଆଜି ଠାରୁ ଏହି ସୁବିଧା ସେ ନିଜ କ୍ଲିନିକରେ ଆରମ୍ଭ କରିଛନ୍ତି । ଯେହେତୁ ଡାକ୍ତର ଶଙ୍କର ରାମଚନ୍ଦାନୀ ପୂର୍ବରୁ ଘୋଷଣା କରିଥିଲେ ଗୋଟିଏ ଟଙ୍କାରେ ଚିକିତ୍ସା କରିବେ ବୋଲି, ସେଥିପାଇଁ ବୁର୍ଲା ସହିତ ଆଖପାଖ ଅଞ୍ଚଳର ଅନେକ ରୋଗୀ ଆଜି ତାଙ୍କ କ୍ଲିନିକ ସମ୍ମୁଖରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ୩୩ ଜଣ ରୋଗୀ ଆସିଥିବା କହିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ଏପରି ସେବା ଆରମ୍ଭ ହେବା ଦ୍ବାରା ଅନେକ ଗରିବ ରୋଗୀ ଉପକୃତ ହୋଇ ପାରିବେ । ତେବେ ଏହି କ୍ଲିନିକକୁ ବିଭିନ୍ନ ମହଲରେ ପ୍ରଶଂସା ଆସୁଥିବା ବେଳେ ଟଙ୍କା ଲୋଭୀ ଡାକ୍ତର ମାନଙ୍କ ମନରେ ଈର୍ଷା ଥିବା ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.