ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପଣସପଡ଼ି ସ୍ଥିତ ଗୋଲିଆ ଡ଼ଙ୍ଗର ପଡିଆ ଠାରେ ଯୁବ କ୍ରିକେଟ କ୍ଳବ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୯ ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇ ଯାଇଛି । ଉଦଯାପନୀ ତଥା ଫାଇନାଲ ଖେଳ ଉତ୍ସବରେ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଫାଇନାଲ ଖେଳ ଖଜୁରୀନାଳ ଓ ଗୋଲିଆ ଡ଼ଙ୍ଗର ମଧ୍ୟରେ ଆୟୋଜିତ ହୋଇଥିଲା । ଖଜୁରୀନାଳ ଦଳ ୬ ଉଇକେଟ ରେ ଗୋଲିଆ ଡ଼ଙ୍ଗର ଦଳକୁ ପରାସ୍ତ କରି ବିଜୟୀ ଲାଭ କରି ଅତିଥିଙ୍କ ଠାରୁ ଟ୍ରଫି ହାସଲ କରିଥିଲେ । ଖଜୁରୀନାଳ ଦଳର ପ୍ରିୟବ୍ରତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫିପ୍ରଦାନ କରାଯାଇଥିଲା । ଏହି ମ୍ୟାଚରେ ବାଲିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ବହୁ ଟିମ ଭାଗ ନେଇଥିଲେ ।

Leave A Reply

Your email address will not be published.