
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପ୍ରଶାସନ ପକ୍ଷରୁ ଭୋଟର ତାଲିକାରେ ଚାଲିଥିବା ସ୍ଵତନ୍ତ୍ର ସଂଶୋଧନ ଏସ୍ଆଇଆର୍ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଆଜି ସକାଳ ଠିକ୍ ନଅଟା ବେଳେ କେସିଙ୍ଗା ଏନ୍ଏସିରୁ ବାହାରି ନଗର ପରିକ୍ରମା କରି ନଗରର ଲୋକଙ୍କୁ ଏସ୍ଆଇଆର୍ ସମ୍ପର୍କରେ ସଚେତନ କରାଯାଇଥିଲା । ଏଥିରେ କଳାହାଣ୍ଡି ଉପ ଜିଲ୍ଲାପାଳ ପ୍ରଭାତ ପରିଡ଼ା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ସମେତ ସହରର ସମସ୍ତ ସରକାରୀ କର୍ମଚାରୀ ଅଙ୍ଗନବାଡ଼ି ଦିଦି, ଆଶା ଦିଦି ମାନେ ଯୋଗଦେଇ କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରୁ ଆଦର୍ଶ ଥାନା ପର୍ଯ୍ୟନ୍ତ ଶୋଭାଯାତ୍ରା କରି ଲୋକଙ୍କୁ ସଚେତନ କରାଇଥିଲେ ।