
- ବାଳକ ବର୍ଗରେ ବରଗଡ଼ ଓ ବାଳିକା ବର୍ଗରେ ସମ୍ବଲପୁର ଏବଂ ବରଗଡ଼ ବିଜୟୀ
ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଷଷ୍ଠ ଦିବସ ବାଳକ ବର୍ଗ ପ୍ରଥମ ଖେଳ ସମ୍ବଲପୁର ବନାମ ସୁବର୍ଣ୍ଣପୁର ମ୍ୟାଚ ୨-୨ ଗୋଲରେ ଡ୍ର ହୋଇଥିଲା । ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ସୌରଭଜିତ ନାଏକ, ଯଶୋବନ୍ତ ମାଝୀ ଓ ଯୋଗେନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନ ବାଳକ ବର୍ଗ ଖେଳରେ ବରଗଡ଼ ୧୫-୧ ଗୋଲରେ ନୂଆପଡ଼ାକୁ ହରାଇ ବିଜୟୀ ହୋଇଥିଲା । ଅତିଥି ଭାବେ କ୍ରୀଡ଼ା ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ ଯୋଗ ଦେଇଥିଲେ । ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡ଼ା. ସିଦେ୍ଧଶ୍ୱର ମିଶ୍ର ମଂଚାସୀନ ଥିଲେ । ଖେଳକୁ ମଳୟ ଘିଭେଲା, ସୌରଭ ନାଏକ, ପପୁନ ବେହେରା ଓ ସଦାନନ୍ଦ ସାହୁ ପରିଚାଳନା କରିଥିଲେ । ବାଳକ ଖେଳରେ ନବୀନ ନାଏକ ମ୍ୟାଚ୍ କମିଶନର ଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲି ଠାରେ ବାଳିକା ବର୍ଗ ପ୍ରଥମ ଖେଳ ସମ୍ବଲପୁର ୧୦-୦ ଗୋଲରେ ସୁବର୍ଣ୍ଣପୁରକୁ ହରାଇ ବିଜୟୀ ହୋଇଥିଲା । ଖେଳକୁ ସଞ୍ଜନ କୁଦେଇ, ମାମା ସିଂ, ଅନିତା ମହାନନ୍ଦ ଓ ସୀତା ମାରାଣ୍ଡି ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନ ବାଳିକା ବର୍ଗ ଖେଳରେ ବରଗଡ଼ ୧୪-୦ ଗୋଲରେ ନୂଆପଡ଼ାକୁ ହରାଇ ବିଜୟୀ ହୋଇଥିଲା । ଓଡ଼ିଶା ଫୁଟବଲ ଏସୋସିଏସନ୍ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ତତ୍ୱାବଧାନ ଖେଳରେ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଲ, ଡା. ସୁରେଶ ପଧାନ ଓ ଡା. ପ୍ରକାଶ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ସୀତା ମାରାଣ୍ଡି, ମାମା ସିଂ, ଅନିତା ମହାନନ୍ଦ ଓ ପ୍ରିୟଙ୍କା ବିଶି ପରିଚାଳନା କରିଥିଲେ । ବାଳିକା ଖେଳରେ ସୁରେଶ କୁମାର ଦାଶ ମ୍ୟାଚ୍ କମିଶନର ଦାୟିତ୍ୱ ତୁଳାଇ ଥିଲେ । ରବିବାର ସକାଳ ଘ.୬.୩୦ମି. ସମୟରେ ବାଳିକା ବର୍ଗର ଜୋନ ଫାଇନାଲ ଖେଳ ଦେବଗଡ଼ ବନାମ ବରଗଡ଼ ଓ ବାଳକ ବର୍ଗ ଜୋନ ଫାଇନାଲ ଖେଳ ଅପରାହ୍ନ ଘ.୫.୦୦ମି. ସମୟରେ ବରଗଡ଼ ବନାମ ନୟାଗଡ଼ ମଧ୍ୟରେ ଗାନ୍ଧୀ ଷ୍ଟାଡ଼ିୟମ ଠାରେ ହେବ ।