oom

ଜିଲ୍ଲା ବିଜେପି.ର ଅନ୍ଦୋଳନ : ଆସନ୍ତା କାଲି ଦିନ ୧୦ଟାରୁ ୧ଟା ଚକ୍କା ଜାମ୍

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା କାଲି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଚକ୍କା ଜାମ କରାଯିବ । ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏହି ତିନି ଘଣ୍ଟିଆ ଚକ୍କା ଜାମ କରାଯାଉଥିବା ବିଜେପି କହିଛି । ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା ଛକ, ରୁଗୁଡିଖାଲ, ବଇଁରାସର, ଦେଓଗାଁ, ବରଗାଁ ଛକ, ସଇଁନ୍ତଳା, ଟିଟିଲାଗଡ, ପରାସରା, କୁଡାସିଂହା, ସିନ୍ଧେକେଲା, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି, ପତ୍ରାପାଲି, ବେଲପଡା, ପାଟଣାଗଡ ଓ ଲାଠୋର ଠାରେ ଆନ୍ଦୋଳନ କରାଯିବା ସୂଚନା ରହିଛି । ସୂଚନା ଲୋକ ଲୋଚନକୁ ଆସିବା ପରେ କେନ୍ଦ୍ରରେ ଚାଷୀଙ୍କ ସମସ୍ୟା ବିରୁଦ୍ଧରେ ବାହାରିଥିବା ଆନ୍ଦୋଳନକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆନ୍ଦୋଳନଜୀବୀ ଆଖ୍ୟା ଦେଇଛନ୍ତି । ତେବେ ରାଜ୍ୟରେ ବିଜେପିର ଏହି ଆନ୍ଦୋଳନକୁ କ’ଣ କୁହାଯିବ ବୋଲି କିଛି ପ୍ରଶ୍ନ କରୁଛନ୍ତି । ଆହୁରି ନିୟମ ପ୍ରଣୟନ କରୁଥିବା କେନ୍ଦ୍ରର ବିଜେପି ସରକାର ଚାଷୀଙ୍କ ରାସ୍ତାରେ କଣ୍ଟା ବିଛାଉଥିବା ବେଳେ ରାଜ୍ୟରେ ବିଜେପିର ଏହି ଲୋକ ଦେଖାଣିଆ ଆନ୍ଦୋଳନର ଉଦ୍ଦେଶ୍ୟ ଚାଷୀ ଅର୍ଥେ ନା କେବଳ ଏକ ରାଜନୈତିକ ଷ୍ଟଣ୍ଟ୍ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସୂଚନା ଯୋଗ୍ୟ ଯେ, ନୂତନ କୃଷି ଆଇନର ବିରୋଧରେ ୮୦ ଦିନରୁ ଅଧିକ ହେବ ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏଯାଏଁ ପ୍ରାୟ ଦୁଇ ଶହ ଚାଷୀ ମୃତ୍ୟୁବରଣ କରି ସାରିଲେଣି । କିନ୍ତୁ ୧୨ ପର୍ୟ୍ୟାୟ ଆଲୋଚନା ପରେ ମଧ୍ୟ କେନ୍ଦ୍ରର ବିଜେପି ସରକାର ଚାଷୀମାନଙ୍କ ସମସ୍ୟା ବୁଝି ପାରି ନଥିବା ବେଳେ ଖୋଦ ଦେଶର ପ୍ରଧାନମନ୍ତ୍ରୀ ମୋଦୀ ସଦନରେ ଅନ୍ଦୋଳନାକାରୀଙ୍କୁ ଆନ୍ଦୋଳନଜୀବୀଙ୍କ ଆଖ୍ୟା ଦେଇଥିବା ବିଭିନ୍ନ ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ରରେ ଚାଷୀ ଆଇନର ପରିବର୍ତ୍ତନ ନ ଆଣି ରାଜ୍ୟରେ ଚାଷୀମାନଙ୍କ ସ୍ଥାନୀୟ ସମସ୍ୟାକୁ ନେଇ ବିଜେପି ଦଳର ଏହି ଆନ୍ଦୋଳନ କ’ଣ ପାଇଁ, ଚାଷୀ ହିତରେ ନା କେବଳ ଏକ ରାଜନୈତିକ ଷ୍ଟଣ୍ଟ ବୋଲି ବିରୋଧୀ ପ୍ରଶ୍ନ କରିଛନ୍‌ନ୍ତି । କିନ୍ତୁ ଗଣତନ୍ତ୍ର ରାଷ୍ଟ୍ରରେ ଆନ୍ଦୋଳନର ଭୂମିକାକୁ ଏଡାଇ ଦିଆଯାଇ ପାରିବନାହିଁ । ତେଣୁ ଚାଷୀଙ୍କ ସମସ୍ୟାକୁ ନେଇ କରାଯାଉଥିବା ଜିଲ୍ଲା ବିଜେପିର ଏହି ଆନ୍ଦୋଳନକୁ ଅନେକେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମଧ୍ୟ ମତ ପୋଷଣ କରୁଛନ୍ତି ।

jittmm
Leave A Reply

Your email address will not be published.