
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୋନପୁର ବନଖଣ୍ଡ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ଅବସରରେ ପରିବେଶ ଭିତ୍ତିକ କାର୍ଯ୍ୟକ୍ରମର ସଫଳ ଉପଲବ୍ଧି ନିମନ୍ତେ ମୟାବର୍ହ। ହାଇସ୍କୁଲକୁ ୨୦୨୫- ୨୬ ବର୍ଷରେ ମୁଖ୍ୟଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଧାନଶିକ୍ଷକ ଦୀନବନ୍ଧୁ ପ୍ରଧାନ ଓ ପ୍ରାକ୍ତନ ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶାୟତ ଜିଲ୍ଲାପାଳଙ୍କ ଠାରୁ ଜିଲ୍ଲାସ୍ତରୀୟ ଭବ୍ୟ ସଭାରେ ସାର୍ଟିଫିକେଟ ଓ ପୁରସ୍କାର ରାଶି ଗ୍ରହଣ କରିଛନ୍ତି । ପରିବେଶ ଦିବସର ସ୍କୁଲସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱ କରିଥିବା ବେଳେ ବଲାଙ୍ଗିର ମଣ୍ଟେଶରି ସ୍କୁଲର ଏକାଡେମିକ ହେଡ୍ ଡ. ରବିଚନ୍ଦ୍ର ପଶାୟତ, ବିଦ୍ୟାଳୟର ପରିଚାଳନା କମିଟି ସଭ୍ୟ ଭକ୍ତ ଭୋଇ, ଶିକ୍ଷା ବିଦ୍ ସମ୍ପଦ ଖମାରୀ, କୋରାପୁଟ ଜିଲ୍ଲା ମହୁଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉମାକାନ୍ତ ଯୁଆଡି ସମ୍ମାନିତ ଅତିଥିଭାବେ ଯୋଗଦାନ କରି ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଦିପ୍ତିଶିଖା ବାଗ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ଖେଳ ଶିକ୍ଷକ ଚିନ୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୀବ କୁମାର ପୂଜାରୀ ବିଭୀଷଣ ଖମାରୀ, ସୂରଜ ଖମାରୀ, ସମୀର କାଠାର ସହଯୋଗ କରିଥିଲେ । ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ବୃନ୍ଦ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାୟାବର୍ହା ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଥିବାରୁ ଖୁସି ପ୍ରକାଶ କରିଛନ୍ତି ।