
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ସଦର ବ୍ଲକର ଖୁଜେନପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ମଙ୍ଗଳ କମିଟି ବୈଠକ ଖୁଜେନପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ମଙ୍ଗଳ କମିଟିର ଲକ୍ଷ୍ୟ, ଉଦ୍ଦେଶ୍ୟ, ଦାୟିତ୍ୱ, କର୍ତ୍ତବ୍ୟ, ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଗ୍ରାମ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ଅନଟାଏଡ ପାଣ୍ଠିର ଶତକଡା ୫% ଶିଶୁ ମାନଙ୍କ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ଯୋଜନା ପ୍ରସ୍ତୁତ କରି ଅନାଥ ଶିଶୁ, ପିତୃ, ମାତୃ ହୀନ ଶିଶୁ, ଏଚ୍ଆଇଭି ଶିଶୁ, ଶିଶୁ ଶ୍ରମିକ, ବାଲ୍ୟ ବିବାହ ମାନଙ୍କ ନିମନ୍ତେ ଏହି ସହାୟତା ରାଶି ଜରୁରୀକାଳୀନ ଭିତ୍ତିରେ ଦିଆଯାଇପାରିବ ବୋଲି ଜଣାଇଥିଲେ । ପରିଶେଷରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଦ୍ଵାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଶ୍ରୀମତୀ ଲତା ଷାଣ୍ଢ, ଏଡିଇଓ ସତ୍ୟନାରାୟଣ ସାହୁ, ମାଧବ କୁମାର ସିଂ, ଅହଲ୍ୟା କାଲସାଏ, ଅଙ୍ଗନୱାଡି କର୍ମୀ ରୁବି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।