jayashree

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ୧୧ ଜଣଙ୍କ ଏସ୍‌ଆଇଏଚ୍‌ଏମ୍‌ରେ ନାମ ଲେଖାଗଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏସ୍‌ଆଇଏଚ୍‌ଏମ୍ ଠାରେ ବଲାଙ୍ଗିରର ଅନୁଷ୍ଠାନିକ ଯତ୍ନ ଅଧିକାରୀ ଆଶିଷ କୁମାର ନାୟକ, ସାମାଜିକ କର୍ମୀ ଅରୁଣ ଖୁଆସ ଏବଂ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗତ୍‌ର୍ତ୍ତୀଙ୍କ ଉପସ୍ଥିତିରେ ଅନ୍ତେବାସୀମାନଙ୍କ ଚୂଡ଼ାନ୍ତ ନାମଲେଖା ସମ୍ବନ୍ଧରେ ସରକାରୀ ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ପରିଦର୍ଶନ କରି ଅଧ୍ୟକ୍ଷ ଡ଼.ସୁରେଶ କୁମାର ଏକନାଥ, ରଞ୍ଜନ କୁମାର ସ୍ୱାଇଁଙ୍କ ସହ ବୈଠକ କରିଥିଲେ । ପାର୍ବତିଗିରି ବାଲ୍ ନିକେତନ, ଗ୍ରାମ ମଙ୍ଗଳ ପାଠାଗାର, ଆଦୃତ ଚିଲ୍‌ଡ୍ରେନ୍‌ ହୋମ, ଉତ୍କଳ ବାଲାଶ୍ରମର ୧୧ ଜଣ ଅନ୍ତେବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ, ଅନୁଷ୍ଠାନିକ ଯତ୍ନରେ ଥିବା ଶିଶୁମାନଙ୍କ ଭବିଷ୍ୟତ ପାଇଁ ଯଶୋଦା ଯୋଜନା ଓ ଗ୍ରୀନ୍ ପ୍ୟାସେଜ୍ ସାର୍ଟିଫିକେଟ ଅଧୀନରେ ଉପଲବ୍ଧ ସହାୟତା ସରକାରୀ ପାଠ୍ୟକ୍ରମ ମାଧ୍ୟମରେ ନାମଲେଖା ନିମନ୍ତେ ବୃତ୍ତି ପରାମର୍ଶ ଏବଂ ଦକ୍ଷତା ବିକାଶର ସୁଯୋଗ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ୧୦ ଜଣ ୬ ମାସିଆ କୋର୍ସ ଏବଂ ଡିପ୍ଲୋମାରେ ଜଣେ ଛାତ୍ରୀ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ନାମ ଲେଖାଇଥିଲେ । ୬ ମାସ ମଧ୍ୟରେ ନିଯୁକ୍ତି ନିଶ୍ଚିତ ବୋଲି ଏକନାଥ ସାର୍ ଜଣାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ପିତୃ ଓ ମାତୃହୀନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ୱାରା ହୋଟେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ଯଶୋଦା ଯୋଜନାର ସାମିଲ କରାଯିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ପରିଶେଷରେ ଅରୁଣ ଖୁଆସ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.